କ୍ଷୀର ବାଲଟି ଭିତରେ ବେଙ୍ଗ ( Frog In A Milk pail )

ଗୁଣ – ଆଶାବାଦୀ ରହିବା 

ଉପଗୁଣ – ଦୃଢ ସଂକଳ୍ପ ନେବା 

23D527BF-8CFF-4F2B-B546-0707B2F10A58.png

ବେଙ୍ଗଟିଏ କ୍ଷେତ ଚାରିପାଖ ଡିଆଁ ମାରୁଥିଲା | ହଠାତ କ୍ଷେତକୁ ଅତିକ୍ରମ କରି ବାହାରକୁ ବୁଲି ଯିବାକୁ ତାର ମନ ହେଲା | ବାହାର ଦୁନିଆ ଦେଖିବାକୁ ତା ମନ ଅଧୀର ଥିଲା | ତେଣୁ ସେ ଜୀବନକୁ ବାଜି ଲଗାଇ କ୍ଷେତ ବାହାରକୁ ଡିଆଁ ମାରିଲା | ଅସାବଧାନତା ଯୋଗୁ ଡେଉଁ ଡେଉଁ ସେ କ୍ଷୀର ଥିବା ବାଲଟି ଭିତରେ ପଡିଗଲା |

966F6910-4F33-4A18-93C1-1D0534C45A22

ଜୀବନ ବ୍ୟାକୁଳରେ କ୍ଷୀର ଭିତରେ ପହଁରିବାକୁ ଲାଗିଲା | କେମିତି ହେଲେ ବି ବାଲଟିର ଉପର ଭାଗକୁ ପହଁଚିବାକୁ ଚେଷ୍ଟା କଲା | କିନ୍ତୁ ବାଲଟି ମୁହଁର ଚାରି ପାଖ ଧାର ବହୁତ ଉଚ୍ଚ ଥିଲା | ଯେତେ ଚେଷ୍ଟା କଲେ ବି ସେଇଠି ପହଁଚିବା ତା ପାଇଁ କଠିନ ଥିଲା | ତଥାପି ସେ ତାର ପଛ ଦୁଇ ଗୋଡ଼ରେ ଠେଲା ମାରି ବାଲଟି ତଳରୁ ଉପରକୁ ଉଠିବାକୁ ଚେଷ୍ଟା କଲା | ବାଲଟିର ଗଭୀରତା ତା ପାଇଁ ବେଶି ଥିଲା | କିନ୍ତୁ ସେ ତା ଚେଷ୍ଟାରୁ ବିରତ ହେଲା ନାହିଁ | ସେ ସଂଘର୍ଷ କରି ଚାଲିଲା | ସେ ଛଟପଟ ହେଉଥିଲା ଓ ତା ସହିତ ଲାତ ମାରି ପହଁରି ପହଁରି ଉପର ଭାଗକୁ ଆସିବାକୁ ଚେଷ୍ଟା କରି ଚାଲିଥିଲା |

ତାର ଏପରି ବାରମ୍ବାର ଲାତ ମାରିବା ଓ ପହଁରିବା ପାଇଁ ଚେଷ୍ଟା କରୁଥିବା ଯୋଗୁ କ୍ଷୀର ଲହୁଣୀରେ ପରିବର୍ତ୍ତିତ ହେଲା | ଲହୁଣୀ ଘନୀଭୂତ ହୋଇ କଠିନ ହୋଇଯାଇଥିଲା | ବେଙ୍ଗଟି ଆଖି ବୁଜି ତା ଉପରେ ଚଢ଼ି ବାହାରକୁ ଆସିବାକୁ ଉଦ୍ୟମ କଲା ଓ ଶେଷରେ ସଫଳ ହେଲା |

ଶିକ୍ଷା – ନିରାଶ ହୋଇ କୌଣସି କାମକୁ ଅଧାରୁ ଛାଡି ଦିଅ ନାହିଁ | ତୁମେ ଅବିରତ ଚେଷ୍ଟା କରି ଚାଲ | ଦିନେ ନା ଦିନେ ତୁମକୁ ସଫଳତା ମିଳିବ |

https://saibalsanskaar.wordpress.com

http://www.thelivingtreasure.org/forum/forum/forum_posts.asp?TID=1681&title=short-inspiratiOnal-and-motivatiOnal-stories

କ୍ଷମା କରିବା ସବୁଠୁ ବଡ ଗୁଣ ( Good To Forgive )

ଗୁଣ – ସଦାଚାର 

ଉପଗୁଣ – କ୍ଷମାଶୀଳତା 

71832196-A6F0-44D4-AE8D-A43F97BBEA22

ଜନ୍ ବଢିଆ ଘରଟିଏ କିଣିଲେ | 

ନୂଆ ଘରଟି ବିରାଟ ବଡ ଥିଲା | ଘର ଚାରିପାଖରେ ବଗିଚା ଥିଲା | ବଗିଚାଟି ଫଳଫୁଲରେ ହସି ଉଠୁଥିଲା |

887D0544-4321-4657-9020-78A2690575AF

ତାଙ୍କ ଘର ପାଖରେ ଆଉ ଗୋଟିଏ ପୁରୁଣାକାଳିଆ ଘର ଥିଲା | ସେଠି ରହୁଥିବା ବ୍ୟକ୍ତିଜଣକ ଜନଙ୍କୁ ଜମା ସହି ପାରୁ ନଥିଲେ | ସେ ସବୁବେଳେ ଜନଙ୍କୁ କେମିତି ହଇରାଣ କରିବେ ମନରେ ପାଞ୍ଚୁ ଥିଲେ | ଏହି ଅସହିଷ୍ଣୁ ବ୍ୟକ୍ତିଜଣକ ଜନଙ୍କୁ ଚିଡ଼େଇବା ପାଇଁ ସବୁଦିନ ସକାଳେ କଚରା ଡବା ଆଣି ତାଙ୍କ ଘର ଦୁଆର ସାମନାରେ ରଖୁଥିଲେ |

9150BA3F-4253-4203-B9BB-979F6975CC09

ଏମିତିଆ କିଛି ନା କିଛି କାମ ସେ ଜନଙ୍କୁ ବିରକ୍ତ କରିବା ପାଇଁ କରୁଥିଲେ | 

ଜନ୍ କିଛି ନ କହି ଚୁପ ରହୁଥିଲେ  |

ଦିନ ପରେ ଦିନ ବିତି ଚାଲିଥିଲା  |

ଦିନେ ସକାଳେ  ନିଦରୁ ଉଠିଲା ପରେ ଜନ୍ ଭାରି ଭଲ ଅନୁଭବ କରୁଥିଲେ | ମନ ଖୁସିଥିଲା |

ସବୁଦିନ ଭଳି ସେ ଦୁଆର ଖୋଲି ଘର ବାହାର ବାରଣ୍ଡାକୁ ଆସିଲେ |

ଦେଖିଲେ,ଘର ବାହାରେ ମଇଳା ପାଣିରେ ଭରା ବାଲଟିଟିଏ ଥୁଆ ହୋଇଛି |  ନ ରାଗି ସେହି ମଇଳା ପାଣିର ବାଲଟିକୁ ଘର ଭିତରକୁ ଆଣିଲେ | ଭଲ ଭାବରେ ସଫା କଲେ | ବଗିଚାରୁ ବଢିଆ ବଢିଆ ପାଚିଲା ଆପଲ୍ ତୋଳିଲେ ଓ ବାଲଟିରେ ଭର୍ତ୍ତି କଲେ | ତାପରେ ସେ ପଡ଼ୋଶୀ ଘର ଆଡକୁ ମୁହାଁଇଲେ | ସେଠି ପହଁଚି ଆପଲରେ ଭରା ବାଲଟିଟି ତାଙ୍କ ହାତକୁ ବଢ଼ାଇ ଦେଲେ | 

9C9B496A-44F9-4B22-BEC1-94E8315E1C8C

ପଡୋଶୀଜଣକ ଭାବି ନଥିଲେ ଯେ ଜନ୍ ଏପରି କାମ କରିବେ ! 

ଦୁଆର ଖୋଲିଲା ବେଳକୁ ସେ ମନେ ମନେ ଖୁସି ଥିଲେ ଏ କଥା ଭାବି ଯେ ଆଜି ତ ସେ  ଜନଙ୍କୁ ରଗାଇ ଦେଇ ପାରିଛନ୍ତି !

ଜନ୍ ବାଲଟି ଫେରାଇଲା ବେଳକୁ କହିଲେ,” ଯାହାକୁ ଭଗବାନ ଅଫୁରନ୍ତ ସୌଭାଗ୍ୟ ଦେଇଥାନ୍ତି , ତାକୁ ଅନ୍ୟମାନଙ୍କ ସହ ସୌଭାଗ୍ୟ ବାଣ୍ଟିବାର ବଡ ହୃଦୟ ମଧ୍ୟ ଦେଇଥାନ୍ତି  |“ 

ଏକଥା ଶୁଣି ପଡୋଶୀଜଣଙ୍କ ମୁହଁ କଳା ପଡ଼ିଗଲା | ଲାଜରେ ମୁହଁ କେଉଁଠି ଲୁଚାଇବେ ଭାବି ପାରିଲେନି |

ତାଙ୍କୁ ଠିକ ଶିକ୍ଷା ମିଳି ଯାଇଥିଲା |

ଶିକ୍ଷା – ଯିଏ ନିଜର ନୈତିକ ମୂଲ୍ୟବୋଧକୁ ଓ ସତ ଆଚରଣକୁ କୌଣସି ପରିସ୍ଥିତିରେ ବଦଳାଇ ନଥାଏ,ସେ ସମାଜରେ ଉତ୍ତମ ବ୍ୟକ୍ତି ରୂପରେ ପରିଗଣିତ ହୋଇଥାଏ | ଆମକୁ ହାନି ପହୁଞ୍ଚାଉଥିବା ବ୍ୟକ୍ତିକୁ ଯଦି କ୍ଷମା କରି ପାରିବା ଓ ଭଲ ପାଇ ପାରିବା,ତାହେଲେ ଆମକୁ ମଧ୍ୟ ପ୍ରତିବଦଳରେ ଭଲ ପାଇବା ମିଳିବ ଓ ଆମର ସମସ୍ତଙ୍କ ସହ ସୁସମ୍ପର୍କ ରହିବ |

https://saibalsanskaar.wordpress.com

http://inspirationalstories.eu/inspirational_stories/educational-stories-about-forgiveness.php

ଅଢ଼େଇଶ ଗ୍ରାମର ଲହୁଣୀ ( Pound of Butter )

ଗୁଣ – ସତ୍ୟ 

ଉପ ଗୁଣ – ସଚ୍ଚୋଟତା 

C58750FA-069A-41DB-B787-7283AD1E8427

ସବୁଦିନ ଗାଆଁରୁ ଲୋକଟିଏ ଲହୁଣୀ ଧରି ସହରକୁ ଆସେ ଓ ସହରରେ ବିକେ | ପ୍ରତ୍ୟେକ ଦିନ ପାଉଁରୁଟିଵାଲା ତାଠୁ ଅଢ଼େଇଶ ଗ୍ରାମର ଲହୁଣୀ କିଣିଥାଏ |

83199CAF-2458-4ED5-97C9-E420A244F054

ଦିନେ କୌଣସି କାରଣରୁ ପାଉଁରୁଟିବାଲାକୁ ତା ପ୍ରତି ସନ୍ଦେହ ଆସିଲା | ସେ ସତରେ ଅଢେଇଶ ଗ୍ରାମର ଲହୁଣୀ ଦେଇଛି କି ନାହିଁ, ଓଜନ କରି ଦେଖିବାକୁ ଚାହିଁଲା | ମାପିଲା ବେଳକୁ ଜଣା ପଡିଲା ସତରେ ଲହୁଣୀ ପରିମାଣ ଅଢେଇଶ ଗ୍ରାମରୁ କମ ଅଛି | ସେ ରାଗରେ ଲାଲ ପଡିଗଲା |ସେ ତାକୁ କଚେରୀକୁ ନେଇଗଲା | 

କଚେରୀରେ ବିଚାରପତି ତାକୁ ପଚାରିଲେ,” ତୁ ଓଜନ କଲା ବେଳେ କେଉଁ ମାପ ବ୍ୟବହାର କରୁ ? “

ଲୋକଟି କାନ୍ଦ କାନ୍ଦ ହୋଇ କହିଲା,ସେ ଜଣେ ନିହାତି ଅଶିକ୍ଷିତ ମୂର୍ଖ ଗାଉଁଲିଆ ଲୋକ | ତାକୁ ମାପ ତଉଲ କରିବା ଜଣା ନାହିଁ  | ତଥାପି ତାର ମନେ ଅଛି,ସେ ଲହୁଣୀ ବିକିଲା ବେଳେ ଗୋଟେ କାମ କରିଥିଲା |A75EF168-AB57-486A-AACC-75C825FC40C5

ସେ ମଧ୍ୟ ସବୁଦିନ ପାଉଁରୁଟିଵାଲାଠୁ ପାଉଁରୁଟି କିଣେ | ଲହୁଣୀ ବିକିବା ପୂର୍ବରୁ ସେ ପାଉଁରୁଟିବାଲାଠୁ ଯେଉଁ ଅଢେଇଶ ଗ୍ରାମର ପାଉଁରୁଟି କିଣିଥିଲା,ସେହି ପାଉଁରୁଟିକୁ ନିକିତିର ଗୋଟିଏ ପାଖରେ ରଖି ଅନ୍ୟ ପାଖରେ ଲହୁଣୀ ରଖିଥିଲା !

ତେଣୁ ସେ କେମିତି ଦୋଷୀ ହେବ ? 

ଦୋଷ ତାର ନୁହେଁ ! ପ୍ରକୃତରେ ପାଉଁରୁଟିବାଲା ହିଁ ଦୋଷୀ !

ଶିକ୍ଷା – ଜୀବନରେ ଦେଖା ଯାଏ,ଆମେ ଯାହା ଅନ୍ୟକୁ ଦେଉ,ତାହା ହିଁ ଆମକୁ ଫେରି ଆସିଥାଏ |

ଅର୍ଥାତ ଯେମିତି ବିହନ ବୁଣିବ,ସେମିତି ଫଳ ପାଇବ |

ଦୁନିଆରେ କିଛି ଲୋକ ସଚ୍ଚୋଟ ଥାନ୍ତି | ସେପରି ବହୁତ ଲୋକ ଅସାଧୁ ଥାନ୍ତି | ସେମାନେ ମିଛ କହିବାରେ ଏତେ ଅଭ୍ୟସ୍ତ ହୋଇଥାନ୍ତି ଯେ ସେମାନେ ସତକୁ ଭୁଲି ଯାଇଥାନ୍ତି | ଶେଷରେ ସେମାନେ ନିଜେ ନିଜକୁ ଠକନ୍ତି | 

http://www.thelivingtreasure.org/forum/forum/forum_posts.asp?TID=1681&title=short-inspiratiOnal-and-motivatiOnal-stories

https://saibalsanskaar.wordpress.com

ନିଜତ୍ୱ ସଂରକ୍ଷଣ ( Being yourself )

ଗୁଣ – ସତ୍ୟ 

ଉପ ଗୁଣ  – କୃତଜ୍ଞତା,ଅନୁକୂଳ ମନୋଭାବ 

ଜଣେ ରାଜା ନିଜ ରାଜ୍ୟରେ ଦିନେ ଟହଲ ମାରୁ ମାରୁ ଏକ ଉଦ୍ୟାନରେ ପହଁଚିଲେ | 

97D2C36A-133D-48A3-8D00-A7A8861ABC0F

ସେଠି ଥିବା ଗଛ ସବୁ ଶୁଖି ଯାଇଥିଲେ | ଫୁଲ ସବୁ ଶୁଖି ଯାଇଥିଲେ | ସବୁତକ ପ୍ରାୟ ମରିବାକୁ  ବସିଥିଲେ ବୋଲି କହିଲେ ଚଳିବ | ବଗିଚାର ଏମିତି ଦୟନୀୟ ଅବସ୍ଥା ଦେଖି ରାଜାଙ୍କୁ ଭଲ ଲାଗିଲାନି | 

ସେ ଓକ୍ ଗଛକୁ ଏହାର କାରଣ ପଚାରିଲେ | ଓକ୍ ଗଛ କହିଲା ଯେହେତୁ ସେ ପାଇନ୍ ଗଛ ଭଳି ଉଚ୍ଚା ନୁହେଁ,ତାକୁ ତାର ଜୀବନ ଭଲ ଲାଗୁନି | ତାର ଆଉ ବଞ୍ଚିବାର ଇଚ୍ଛା ନାହିଁ  ! 

ତା କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ | ସେ ଓକ୍ ପାଖରୁ ଚାଲି ଯାଇ ପାଇନ୍ ଗଛ ପାଖରେ ପହଁଚିଲେ |

ତାକୁ ଯେତେବେଳେ କାରଣ ପଚାରିଲେ,ସେ କହିଲା ଯେହେତୁ ସେ ଅଙ୍ଗୁର ଗଛ ଭଳି ଅଙ୍ଗୁର ଦେଇ ପାରୁନି,ତାକୁ ତା ଜୀବନ ଭଲ ଲାଗୁନି | ସେଥିପାଇଁ ସେ ମରିବାକୁ ଚାହେଁ !

39C91C5F-FC58-429B-A532-367911374095

ଏମିତିଆ ଉତ୍ତର ଦୁଇ ଦୁଇ ଥର ପାଇ ରାଜା ହତଚକିତ ହୋଇ ସେଠୁ ଚାଲିଗଲେ ଓ ଅଙ୍ଗୁର ଗଛ ପାଖରେ ପହଁଚିଲେ | ତାକୁ ଯେତେବେଳେ ତାର ଏ ଦୂରାବସ୍ଥାର କାରଣ ପଚାରିଲେ,ଅଙ୍ଗୁର ଗଛ ଉତ୍ତର ଦେଲା ଯେହେତୁ ସେ ଗୋଲାପ ଗଛ ଭଳି ନୁହେଁ,ତାକୁ ବଞ୍ଚିବାର ଇଚ୍ଛା ନାହିଁ !

ହତୋତ୍ସାହିତ ହୋଇ ଶେଷରେ ରାଜା ଆଉ ଏକ ଗଛ ପାଖରେ ପହଁଚିଲେ | 

1BA36679-E52C-4CA5-A918-653ED03596CF

ଏଇ ଗଛଟି ଅନ୍ୟମାନଙ୍କଠୁ ଅଲଗା ଥିଲା |

ଗଛଟି ତାଜା ଦେଖା ଯାଉଥିଲା | ସେଥିରେ ପତ୍ରଫୁଲ ଭରି ରହିଥିଲା | ରାଜା ତାକୁ ତାର ସତେଜତାର ରହସ୍ୟ ପଚାରିଲେ | 

ସେ କହିଲା,ଏଥିରେ କୌଣସି ରହସ୍ୟ ନାହିଁ | ପ୍ରକୃତି କୋଳରେ ସେ ସ୍ୱାଭାବିକ ଭାବରେ ବଢି ଚାଲିଛି | ତାର କାମ ହେଲା  ପ୍ରସ୍ଫୁଟିତ  ହେଇ ସମସ୍ତଙ୍କୁ ଖୁସି ଦେବା  | ସେଇଥିପାଇଁ ସେ ଜନ୍ମ ନେଇଛି | ତାକୁ ଓକ୍ ଗଛ ବା ପାଇନ୍ ଗଛ ଭଳି ହେବା ଦରକାର ନାହିଁ | ନା ତାକୁ ଅଙ୍ଗୁର ବା ଗୋଲାପ ଗଛ ହେବା ଦରକାର !

ଯଦି ତାକୁ ସେମାନଙ୍କ ଭଳି ହେବା ଦରକାର ଥିଲା,ତାହେଲେ ପ୍ରକୃତି ସେହି ପ୍ରକାର ଗଛର ମଞ୍ଜିକୁ ହିଁ ଉଜ୍ଜୀବିତ କରିଥାନ୍ତା ! ତାକୁ ନୁହେଁ !

ଅର୍ଥାତ ସେ ବୁଝିଯାଇଥିଲା ଯେ ତାକୁ ଅନ୍ୟ କାହାର ଅନୁକରଣ କରିବା ଦରକାର ନାହିଁ ! 

ସେ  ଯେମିତି ଅଛି,ତାହା ତା ପାଇଁ ଭଲ !

ତାର ଏକ ମାତ୍ର କାମ ହେଉଛି ଦୁନିଆକୁ ଟିକେ ଖୁସି ଦେବା !

ସେଇ କାମ ସେ ଏ ପର୍ଯ୍ୟନ୍ତ କରି ଚାଲିଛି |

ଶିକ୍ଷା – ଏ ଦୁନିଆରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ସ୍ଵତନ୍ତ୍ର ଅଟେ | ପ୍ରତ୍ୟେକ ବ୍ୟକ୍ତି ପାଖରେ ସ୍ୱତନ୍ତ୍ର ପ୍ରତିଭା ଅଛି | ଜୀବନର ଲକ୍ଷ୍ୟ ହାସଲ କରିବାକୁ ଭଗବାନ ତା ଦେହରେ ଯଥେଷ୍ଟ ଶକ୍ତି ଓ କ୍ଷମତା ଦେଇଛନ୍ତି | ତେଣୁ ଅନ୍ୟକୁ ନକଲ କରିବା ଦରକାର ନାହିଁ | ତାଛଡା ଆମେ ଚେଷ୍ଟା କଲେ ବି ଆମେ ଆଉ କାହା ଭଳି ହୋଇ ପାରିବା ନାହିଁ | ବରଂ ନିଜର କ୍ଷମତା ଓ ଶକ୍ତିର ଉପଯୁକ୍ତ ପ୍ରୟୋଗ କରି ନିଜର ଉତଥାନ କରିବା ଦରକାର | ସେଥିରେ ହିଁ ଆମର ଖୁସି ନିହିତ ଅଛି ଓ ସମସ୍ତଙ୍କ ମଙ୍ଗଳ ଅଛି |

https://saibalsanskaar.wordpress.com

http://inspirationalstories.eu/inspirational_stories/stories-about-being-yourself.php 

ଅନ୍ଧ ବାଳକ ( The Blind Boy )

ଗୁଣ – ଆଶାତ୍ମକ ଭାବ 

ଉପ ଗୁଣ – ଅନୁଭବ କରିବା 

ପିଲାଟି ସବୁଦିନ ରାସ୍ତା ପାଖ ବଡ ବିଲଡିଂଗ୍ ପାଖରେ ଟୋପିଟିଏ ରଖି ଭିକ ମାଗିବାକୁ ବସିଯାଉଥିଲା | ପିଲାଟି ଅନ୍ଧ ଥିଲା | ତେଣୁ ସେ ବସିଲା ବେଳେ ଗୋଟେ ପ୍ଲାକାର୍ଡ଼ରେ ଲେଖି ରଖିଥିଲା,” ଏହି ଅନ୍ଧ ବାଳକକୁ ଦୟା କରି ସାହାଯ୍ୟ କରନ୍ତୁ |“

EF2E48B8-A131-4F65-A831-F38090353F16

ରାସ୍ତାରେ ଗଲା ଆସିଲା ବେଳେ ଲୋକମାନେ ଏହାକୁ ପଢୁଥିଲେ ଓ ନିଜ କାମରେ ଚାଲି ଯାଉଥିଲେ |କେତେବେଳେ କିଏ କେମିତି ପଇସା ରଖି ଯାଉଥିଲେ | 

ସଂଧ୍ୟା ବେଳେ ପିଲାଟି ଯେତେବେଳେ ନିଜ ସ୍ଥାନକୁ ଫେରୁଥିଲା,ତା ହାତରେ ମାତ୍ର ଅଳ୍ପ କେତୋଟି ମୁଦ୍ରା ରହୁଥିଲା |

ଏମିତି ଦିନ ପରେ ଦିନ ବିତି ଯାଉଥିଲା |

ଗୋଟେ ଦିନ ଜଣେ ଲୋକ ସେଇ ପାଖ ଦେଇ ଯାଉଥିଲା ବେଳେ ପିଲାଟିକୁ ଦେଖି କିଛି ପଇସା ପକେଟରୁ କାଢିଲେ  ଓ ଟୋପି ଭିତରେ ପକାଇ ଦେଲେ | ତାପରେ ସେଇ ପ୍ଲାକାର୍ଡଟିକୁ ଉଠାଇ ନେଇ ପଢିଲେ ଓ ସେଥିରେ କିଛି ଲେଖି ତା ପାଖରେ ପୁଣି  ଥୋଇ ଦେଇ ନିଜ ବାଟରେ ଚାଲିଗଲେ |

E1D836D1-E922-43D1-BB83-44B80A34D111.jpeg

ଏହାପରେ ପିଲାଟିର ଭାଗ୍ୟ ବଦଳି ଗଲା | ସେଦିନ ତାର ଟୋପିରେ ଲୋକମାନେ ପଇସା ପକାଇବାକୁ ଭୁଲିଲେ ନାହିଁ | ତାକୁ ସେଦିନ ଯଥେଷ୍ଟ ପରିମାଣରେ ପଇସା ମିଳିଲା |

ଖରା ବେଳେ ସେହି ଲୋକଜଣକ ସେହି ଜାଗାକୁ ଆସିଲେ |

ସେ ଦେଖିବାକୁ ଚାହୁଁଥିଲେ,ସେଠି କେମିତି ସବୁ ଚାଲିଛି !

ତାଙ୍କ ପାଦଶବ୍ଦ ଶୁଣି ପିଲାଟି ବୁଝିଗଲା,ସେଇ ଲୋକଜଣକ ତା ପାଖରେ  ଉପସ୍ଥିତ ଅଛନ୍ତି !

ସେ ପଚାରିଲା ,” ଆପଣ ମୋର ପ୍ଲାକାର୍ଡ଼ର ଲେଖାକୁ ବଦଳାଇଥିଲେ ନା ? ସେଥିରେ କଣ ଲେଖିଥିଲେ ?”

ସେ କହିଲେ , “ମୁଁ କେବଳ ତୋରି କଥାକୁ ଟିକେ ବଦଳାଇ ନିଜ ହିସାବରେ ଲେଖି ଦେଇଥିଲି |”

ସେ ସେଥିରେ ଲେଖିଥିଲେ , “ ଆଜି ଦିନଟି କେତେ ସୁନ୍ଦର ଲାଗୁଛି !”

“ହାୟ ! ମୁଁ  କିନ୍ତୁ ଏହାକୁ ଦେଖିବାରୁ ବଞ୍ଚିତ !”

ଆପଣମାନେ କଣ ଭାବୁଛନ୍ତି ? କଣ ପ୍ରଥମ ଓ ଦ୍ଵିତୀୟ ଲେଖା ଏକା ଥିଲା ?

ହଁ , ଉଭୟ ନିଶ୍ଚିତ ଭାବରେ ଲୋକମାନଙ୍କୁ ଜଣାଉଥିଲେ ଯେ ପିଲାଟିକୁ ଦେଖା ଯାଏ ନାହିଁ |

କିନ୍ତୁ ପ୍ରଥମଟି ସିଧା ସିଧା ପିଲାଟିକୁ ଅନ୍ଧ କହୁଥିଲା ବେଳେ ଦ୍ୱିତୀୟଟି ଲୋକଙ୍କୁ ଜଣାଉଥିଲା ଯେ ସେମାନେ କେତେ ଭାଗ୍ୟବାନ ଯେ ସେମାନେ ଦେଖି ପାରୁଛନ୍ତି !

ତେଣୁ ଦ୍ଵିତୀୟ ଲେଖାଟି ପିଲାର କାମରେ ଆସିଥିଲା |

ଶିକ୍ଷା – ପ୍ରଥମ କଥା ହେଲା ,ଆମ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା ଓ ଅନୁଗୃହୀତ ଅନୁଭବ କରିବା |

ସବୁବେଳେ ନୂଆ କଥା ଭାବିବା ପାଇଁ ତଥା ସକରାତ୍ମକ ଚିନ୍ତନ କରିବା ପାଇଁ ଶକ୍ତି ରଖିବା |

ଗତାନୁଗତିକ ରାସ୍ତାଠୁ ଟିକେ ଅଲଗା ରାସ୍ତାରେ ଚାଲିବା ପାଇଁ ସାହସ ରଖିବା |

ନିଜେ ଠିକ ରାସ୍ତାରେ ଚାଲିବା  ଓ ଦରକାର ପଡିଲେ ଅନ୍ୟମାନଙ୍କୁ ଭଲ ରାସ୍ତାରେ ବାଟ କଢ଼େଇ ନେବାକୁ ସାମର୍ଥ୍ୟ ରଖିବା |

ଜୀବନକୁ ହସି ହସି ବିତାଇବା |

କାନ୍ଦିବାକୁ ଭଗବାନ ଶହେଟା କାରଣ ଦେଇଥିଲେ ବି ମନେ ରଖିବା ଯେ ସେ ଆମକୁ ହସିବା ପାଇଁ ହଜାରଟା କାରଣ ମଧ୍ୟ ତା ସହିତ ଦେଇଥାନ୍ତି  |

ଅତୀତ ପାଇଁ ଏବେ ଆଉ କାନ୍ଦିବା ନାହିଁ |

ବର୍ତ୍ତମାନକୁ ସାହସର ସହ କଟାଇବା |

ଭବିଷ୍ୟତ ପାଇଁ ନିର୍ଭୟ ଭାବରେ ପ୍ରସ୍ତୁତ ରହିବା |

ଡରି ଡରି ରହିବା ଅପେକ୍ଷା ବିଶ୍ୱାସ ଆଉ ଧୈର୍ଯ୍ୟର ସହ ଆଗକୁ ବଢିବା |

ବଡ ବଡ ଲୋକମାନେ କହି ଯାଇଛନ୍ତି , ଜୀବନଟା ଏକ ନିରନ୍ତର ଯାତ୍ରା | ଏଥିରେ ଭାଙ୍ଗିବା ପୁଣି ତିଆରି ହେବା କାମ ଅବିରତ ଭାବରେ ଚାଲିଥାଏ | ତେଣୁ ଖରାପକୁ ଛାଡି ଭଲ ଗୁଣକୁ ଆଦରି ଜୀବନ ଯାତ୍ରାରେ ନିର୍ଭୟ ଭାବରେ ଆଗକୁ ବଢିବା ଆବଶ୍ୟକ | ଏହି ଯାତ୍ରାରେ ଆମର ବିବେକ ହେଉଛି ଟିକେଟ |

ସବୁଠୁ ବଡ଼ କଥା ହେଉଛି ଯେ ଏଇ ଯାତ୍ରାରେ ଆମେ ଯଦି କାହା ମୁହଁରେ ଟିକେ ହସ ଆଣି ପାରୁଛେ,ତାହେଲେ ଆମଠୁ ଅଧିକ ଭାଗ୍ୟବାନ ଆଉ କେହି ନାହିଁ !!

https://saibalsanskaar.wordpress.com

 

ପରୋପକାରୀ ନୋରିଜା ( Good Samaritan )

ଗୁଣ -ପ୍ରେମ 

ଉପ ଗୁଣ – ଦୟା ,ନିଃସ୍ୱାର୍ଥପର ପ୍ରେମ 

ଆଜିର ସମ୍ବାଦପତ୍ର ‘ଦ ନିଉ ପେପର’ରେ ମିସ୍ ନୋରିଜାଙ୍କ ଅଭୂତପୂର୍ବ ନିଃସ୍ୱାର୍ଥପର ସେବାର କାହାଣୀ ଛପିଥିଲା |

7b9e006d-5b0b-406a-ae55-4a3ce77d406e

ଘଟଣାଟି ଏମିତି ଥିଲା ……

ଗତ ମଙ୍ଗଳବାର ଦିନ  ‘ଫେୟାର ପ୍ରାଇସ୍ ସୁପର ମାର୍କେଟ’ର Toa Payoh HDB Hubରେ ବୃଦ୍ଧ ଦମ୍ପତି ଟାନ୍ ସୋୟ ୟଙ୍ଗ ଜିନିଷପତ୍ର କିଣାକିଣି କରି ପଇସା ଦେଲା ବେଳେ ଏହି ଅଘଟଣାଟି ଘଟିଥିଲା | 

ଛଅସ୍ତୋରି ବର୍ଷୀୟ ବୃଦ୍ଧ ଟାନଙ୍କୁ ଜୋରରେ ଝାଡା ମାଡୁଥିଲା | ସେ ବିଚରା ନିଜକୁ ସମ୍ଭାଳି ପାରିଲେନି | ଶୌଚାଳୟକୁ ଯିବା ପୂର୍ବରୁ ସେଇଠି ପ୍ୟାଣ୍ଟରେ କରିଦେଲେ |

ଟାନଙ୍କ ଦେହରୁ ଭୀଷଣ ଗନ୍ଧ ବାହାରୁଥିଲା | ତାଙ୍କର ପ୍ୟାଣ୍ଟ ସାରା ଘୁଅ ହୋଇ ଯାଇଥିଲା | ସଫା କରିବାକୁ ଯାଇ ସେ ଆଉରି ନିଜକୁ ଅସନା କରି ଦେଇଥିଲେ | ହାତଗୋଡରେ ବି ଘୁଅ ଲାଗି ଯାଇଥିଲା | ଚପଲରେ ବି ପୁଳାଏ ଘୁଅ ଲାଗିଥିଲା | ଆଖପାଖରେ ଥିବା ଲୋକମାନେ ଗନ୍ଧରେ ଅସ୍ତବ୍ୟସ୍ତ  ହୋଇ ଦୂରେଇ ଯାଉଥିଲେ | କେହି ପାଖ ମାଡୁ ନଥିଲା | ତାଙ୍କ ସ୍ତ୍ରୀ ଲି ବି ୟୁଆନ ପାଖରେ ହୁଇଲ ଚେୟାରରେ ଥିଲେ | ସ୍ୱାମୀଙ୍କୁ ସାହାଯ୍ୟ କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା | ସେ ନିରୂପାୟ ଥିଲେ ଓ ମନେ ମନେ ସ୍ୱାମୀଙ୍କ ଉପରେ ବିରକ୍ତ ହେଉଥିଲେ |

ସେଇ ସମୟରେ ନୋରିଜାଙ୍କ ଆଖି ସେମାନଙ୍କ ଉପରେ ପଡିଲା |

ଅଣଚାଶ ବର୍ଷୀୟ ନୋରିଜା ଦୁଇଟି ପିଲାର ମାଆ ଥିଲେ | ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା | ସେହି ସୁପର ମାର୍କେଟରେ କାମ କରୁଥିଲେ | ଘଟଣା ସମୟରେ ସେ ପାଖ ଦୋକାନରେ ଚାଦର ବିକିବା କାମରେ ବ୍ୟସ୍ତ ଥିଲେ | ଏଇ ସମୟରେ ସେ ଦେଖିଲେ,ଲୋକମାନେ ନିଜ ନାକକୁ ଚାପି ଧରି ଏପଟ ସେପଟ ହେଉଛନ୍ତି |କେଉଁଠୁ ଗୋଟେ ଭୀଷଣ ଦୁର୍ଗନ୍ଧ ଭାସି ଆସୁଥିଲା |

ଗନ୍ଧ କେଉଁଠୁ ଆସୁଛି ଦେଖିଲା ବେଳକୁ,ପାଖ ସଉଦା ଦୋକାନ କାଉଣ୍ଟରରେ ଜଣେ ବୁଢା ଲୋକ ଘୁଅରେ ଲଟପଟ ହୋଇ ଛିଡା ହୋଇଛନ୍ତି | ଲୋକମାନେ ନାକରେ ଆଙ୍ଗୁଠି ଦେଇ ସେଇଠୁ ପଳାଉଛନ୍ତି | ସେ ଘଟଣାଟିକୁ ଠିକ ଠିକ ବୁଝିଗଲେ | ବିଳମ୍ବ ନ କରି ସେ କାମରେ ଲାଗିଗଲେ | 

ନୋରିଜା ସୁପର ମାର୍କେଟରେ ଥିବା ଶୌଚାଳୟକୁ ଗଲେ ସେଠାରୁ ବାଲଟିଏ ପାଣି ଆଣିଲେ | ଟିସୁ ପେପର ଆଣିଲେ | ଟାନଙ୍କୁ ଗୋଟିଏ ଉଚ୍ଚା ଜାଗାରେ ବସାଇ ସଫା କରିବାକୁ ଲାଗିଲେ | ଟାନ୍ ଅଧୀର ହେଉଥିଲେ | ତାଙ୍କୁ ଶାନ୍ତ ରହିବାକୁ କହି ପ୍ରଥମେ ସେ ତାଙ୍କୁ ସଫା କଲେ | ପାଖ ଲୁଗା ଦୋକାନରୁ ଟାନଙ୍କ ପାଇଁ ହାଫ ପ୍ୟାଣ୍ଟଟିଏ କିଣିଥିଲେ | ତାକୁ ପିନ୍ଧାଇ ଦେଲେ | ସବୁ କାମ ସରିଲା ପରେ ସେ ବୃଦ୍ଧ ଦମ୍ପତିଙ୍କୁ ସେମାନଙ୍କ ଘରେ ଛାଡି ଆସିଲେ | 

9b4b8b5f-f413-4305-86eb-ba64f84030d5

ଏଇ ସବୁ ଘଟଣା ସେହି ସୁପର ମାର୍କେଟରେ ମୁଦ୍ରା ବିନିୟମ କାମ କରୁଥିବା ଆଉ ଜଣେ ଦୋକାନୀ ଦେଖୁଥିଲେ | ନୋରିଜାଙ୍କ ସେବା କାର୍ଯ୍ୟ ଦେଖି ସେ ବିମୁଗ୍ଧ ହୋଇଯାଇଥିଲେ | ବୃଦ୍ଧ ଦମ୍ପତିଙ୍କୁ ପୋଟଙ୍ଗ ପାଶିରରେ ଥିବା ଘରେ ଛାଡିବା ପାଇଁ ସେ ନୋରିଜାଙ୍କୁ ଟ୍ୟାକସି ଖର୍ଚ୍ଚ ଦେଇଥିଲେ ଓ ତା ସହିତ ପତ୍ରକାରଙ୍କୁ ଡ଼କାଇଥିଲେ | ସେ ଚାହୁଁଥିଲେ,ଦୁନିଆ ନୋରିଜାଙ୍କ ନିଃସ୍ୱାର୍ଥପର ସେବା କାମ ବିଷୟରେ ଜାଣୁ ଓ ପ୍ରେରିତ ହେଉ |

ଶିକ୍ଷା – ଏହା ଗୋଟିଏ ସତ ଘଟଣା ଅଟେ | ଉଣେଇଶ ଚୌଦ ମସିହା , ଅକ୍ଟୋବର ପନ୍ଦର ତାରିଖରେ ଏଇ ଘଟଣାଟି ବିଷୟରେ ‘ Strait Times ‘ଉଲ୍ଲେଖ ହୋଇଥିଲା | ନୋରିଜା ଯେଉଁ ଧୈର୍ଯ୍ୟ ଓ ସାହସର ସହ ଟାନଙ୍କୁ ସାହାଯ୍ୟ କରିଥିଲେ,ସେଥିପାଇଁ ଅସୀମ ମନୋବଳ ଦରକାର | କିଏ ଜାଣେ କାହାକୁ କେତେବେଳେ ଏମିତିଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ! ତେଣୁ ସମସ୍ତେ ହୃଦୟରେ କରୁଣା ଓ ଦୟା ଭାବ ରଖିବା ନିହାତି ଦରକାର | ତାହେଲେ ଆମ ସମସ୍ତଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିବ | ଆବଶ୍ୟକତା ପଡିଲେ ଅଜଣା,ଅପରିଚିତ ଲୋକକୁ ସାହାଯ୍ୟ କରିବାକୁ କୁଣ୍ଠିତ ହେବା ନାହିଁ |

 

ପଙ୍ଗୁ ରାଜାଙ୍କ ଅଭିଳାଷ ( The Handicapped King )

ଗୁଣ – ଆଶାବାଦୀ ରହିବା 

ଉପ ଗୁଣ – ସକାରାତ୍ମକ  ମନୋଭାବ      

56b9a478-569d-4f33-8c7d-4a8761cb3a8e

କୌଣସି ଏକ ସମୟରେ କୌଣସି ଏକ ରାଜ୍ୟରେ ଜଣେ ରାଜା ରାଜୁତି କରୁଥିଲେ | ଦିନେ ସେ ରାଜ ଉଦ୍ୟାନରେ ଟହଲ ମାରୁଥିଲେ | ସେତେବେଳେ ତାଙ୍କ ମନକୁ ଏକ ବିଚାର ଆସିଲା | ସେ ସ୍ଥିର କଲେ, ନିଜର ଏକ ସୁନ୍ଦର ଚିତ୍ର ଚିତ୍ରକାରଙ୍କ ଦ୍ୱାରା ତିଆରି କରି ଶୟନ କକ୍ଷରେ ଲଗାଇବେ | ସେଠି ତାଙ୍କର ପୂର୍ବ ପୁରୁଷଙ୍କ ଚିତ୍ର ସବୁ ଧାଡି ଧାଡି ହୋଇ କାନ୍ଥରେ ଟଙ୍ଗା ହୋଇଥିଲା | ନିଜ ଛବିକୁ ସେଇଠି ସେ ଦେଖିବାକୁ ଇଚ୍ଛା ପ୍ରକାଶ କଲେ | 

ସେଥିପାଇଁ ସେ ରାଜ୍ୟର ସବୁ ଚିତ୍ରକାରଙ୍କ ଡକାଇ ପଠାଇଲେ | କିନ୍ତୁ କାମଟି ଏତେ ସହଜ ନଥିଲା | ସମସ୍ତେ ରାଜାଙ୍କ ଶାରୀରିକ ଅକ୍ଷମତାକୁ ଭଲ ଭାବରେ ଜାଣିଥିଲେ | ରାଜାଙ୍କର ଗୋଟିଏ ଆଖି ନଥିଲା | ଅତୀତରେ ଯୁଦ୍ଧରେ ସେ ଗୋଟିଏ ଗୋଡ ମଧ୍ୟ ହରାଇଥିଲେ | ତେଣୁ ରାଜାଙ୍କ ଏକ ସୁନ୍ଦର ମନୋହର ଚିତ୍ର ଅଙ୍କନ କରିବା ଚିତ୍ରକାରମାନେ ଅସମ୍ଭବ ଭାବୁଥିଲେ | ତେଣୁ କେହି ସାଙ୍ଗେ ସାଙ୍ଗେ ସମ୍ମତି ଦେଲେ ନାହିଁ |

କିଛି ଦିନ ବିତି ଗଲା | ରାଜା ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥାନ୍ତି | ଏଣେ ଚିତ୍ରକାରମାନଙ୍କ ଭିତରେ ଭାଳେଣି ପଡି ଯାଇଥିଲା | କଣ କରିବେ ବୁଝି ପାରୁ ନଥିଲେ | ଏହି ସମୟରେ ଜଣେ ଚିତ୍ରକାରଙ୍କୁ ମାନସ ପଟରେ ରାଜାଙ୍କୁ ଘୋଡା ଉପରେ ବସି ଶିକାର କରୁଥିବା ଦୃଶ୍ୟ ଉଦୟ ହେଲା  |  ସେ ହେଳା ନକରି ସେହି ଦୃଶ୍ୟଟିକୁ ସାକାର ରୂପ ଦେଇ ଚିତ୍ରଟି ପ୍ରସ୍ତୁତ କଲେ | ସମସ୍ତେ ଚିତ୍ରଟି ଦେଖି ବିହ୍ଵଳିତ ହୋଇ ଉଠିଲେ | 

ଚିତ୍ରଟିରେ ରାଜା ଘୋଡା ଉପରେ ବସି ଗୋଟିଏ ଆଖି ବନ୍ଦ କରି ଲଇଁ ପଡି ଶିକାର ଆଡକୁ ଲକ୍ଷ୍ୟ ସାଧୁଥିଲେ |ଚିତ୍ରଟିରେ ରାଜାଙ୍କ କଣା ଆଖିଟିକୁ ଦେଖିଲେ ଗୋଟେ ଆଖି ବନ୍ଦ କରିଥିଲା ଭଳି ଲାଗୁଥିଲା  | କଟି ଯାଇଥିବା ଗୋଡ଼ଟି ଘୋଡା ପିଠିର ଅପର ପାର୍ଶ୍ଵରେ ରହିଥିଲା | ଯାହା ଫଳରେ ରାଜାଙ୍କ ସବୁ ଶାରୀରିକ ଅକ୍ଷମତା ସୁନ୍ଦର ଭାବରେ ଲୁଚି ଯାଇଥିଲା |

ଚିତ୍ରଟି ସମସ୍ତଙ୍କୁ ପସନ୍ଦ ଆସିଥିଲା | ରାଜା ମଧ୍ୟ ଖୁସି ହୋଇ ଚିତ୍ରକାରଙ୍କ ପୁରସ୍କୃତ କରିଥିଲେ |

ଶିକ୍ଷା – ସମସ୍ତଙ୍କ ଭିତରେ କିଛି ନା କିଛି ଦୁର୍ବଳତା ବା ଦୋଷଗୁଣ ଅଛି | ଯଦି ଆମେ ଏଇ ସବୁକୁ ଛାଡି ଦେଇ ପ୍ରତ୍ୟେକ ଭିତରେ ଥିବା ଭଲ ଗୁଣକୁ ଦେଖିବା,ଆମ ଜୀବନର ଗତି ବଦଳି ଯିବ |

https://saibalsanskaar.wordpress.com

http://www.lessonsoftheday.com/2013/01/a-short-moral-story.html