About

ପିଲାମାନେ କିପରି ଭଲ ଚରିତ୍ର ତିଆରି କରିବେ ଓ ନୀତିଗତ ଶିକ୍ଷା ପାଇବେ – ସେହି ଲକ୍ଷ୍ୟ ନେଇ ଏହି ବ୍ଲଗ୍ ତିଆରି ହୋଇଛି | ଏଥିପାଇଁ ବିଭିନ୍ନ ଜାଗାରୁ ଆମେ ବିଭିନ୍ନ କାହାଣୀ ଓ ପିଲାମାନଙ୍କର ଅନୁଭୂତିକୁ ସଂଗ୍ରହ କରି ଏହି ବ୍ଳଗ୍ ରେ ପ୍ରୟୋଗ କରିଅଛୁ |

ଏହାକୁ ମୋର ସଦଗୁରୁ ଭଗବାନ ସତ୍ୟ ସାଇ ବାବାଙ୍କ ପାଦ ତଳେ ସମର୍ପଣ କରୁଛି | ତା ସହିତ ଏହି ମଞ୍ଚରେ ମୋର ମା ତଥା ବାଳ ବିକାଶ ଗୁରୁ ଶ୍ରୀମତୀ ଆନନ୍ଦୀ ପରମେଶ୍ୱେରନ୍ ଯିଏକି ମୋତେ ପିଲା ଦିନରୁ ଏହି ସବୁ କଥା ଶିଖାଇଛନ୍ତି, ତାଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି| ତାଙ୍କ ଯୋଗୁ ଆଜି କିଛି ପିଲାଙ୍କୁ premarpan value and prayer class ଦ୍ଵାରା ମାର୍ଗ ଦର୍ଶନ କରାଇବାକୁ ସମର୍ଥ ହୋଇଛି |

ସ୍ଵାମୀ ( ଶ୍ରୀ ସତ୍ୟ ସାଇ ବାବା ) କହନ୍ତି, ଗୋଟିଏ ଛୋଟ ଚାରାରେ ପରିବର୍ତ୍ତନ ଆଣିବା ସହଜ | କିନ୍ତୁ ଗୋଟିଏ ଗଛକୁ ବଦଳେଇବା କାଠିକର ପାଠ | ତେଣୁ ପିଲାଦିନରୁ ନୀତିଗତ  ଶିକ୍ଷା ମିଳିବା ଦରକାର | ଚରିତ୍ର ନିର୍ମାଣ ପିଲାଦିନରୁ ଆରମ୍ଭ ହେବା ଦରକାର | ଭଲ ଚରିତ୍ର ଉପରେ ସ୍ଵାମୀ ସବୁବେଳେ ଗୁରୁତ୍ୱ ଦିଅନ୍ତି | ସେ କହନ୍ତି, “End of education is character ” ମାନେ ଶିକ୍ଷାର ପ୍ରଧାନ ଲକ୍ଷ୍ୟ ହେଉଛି ଭଲ ଚରିତ୍ର ତିଆରି କରିବା | ତାଙ୍କ ଅନୁସାରେ ଚରିତ୍ରବିହୀନ ଲୋକଟିଏ ଗୋଟିଏ ଅନ୍ଧାର ଘର ଭଳି | ତେଣୁ ପ୍ରଥମରୁ ପିଲାମାନଙ୍କୁ ଉଚିତ କାହାଣୀ ଶୁଣାଇ ଓ ପ୍ରାର୍ଥନା ଦ୍ଵାରା ଅମେ ଏହି ଚରିତ୍ର ଗଠନ କାମଟି ଠିକ ରୂପରେ କରି ପାରିବା |ଯିଏ ଏହି ଲକ୍ଷ୍ୟ ନେଇ କାମ କରୁଛି, ତାକୁ ଏହି ବ୍ଲଗ୍ ଟି କାମରେ ଆସିବ ବୋଲି ମୋର ବିଶ୍ୱାସ|

ଏହା କୌଣସି ଧର୍ମ,ଭଗବାନ୍ କିମ୍ବା ଗୁରୁଙ୍କର ପ୍ରଚାର କରୁ ନାହିଁ | ଏଠାରେ ଯେଉଁ ଗୁଣ ବା ମୂଲ୍ୟଗୁଡିକର ଉପସ୍ଥାପନା କରାଯାଇଛି,ଯୁଗ ଯୁଗ ଧରି ଏଗୁଡିକ  ସବୁଠାରେ ମଣିଷ ସମାଜର ଆଧାର  ଭାବରେ କାମ କରି ଆସିଛି | ଆଜିର ସମୟରେ ଏହାର ଅବଶ୍ୟକତା ବହୁତ ବେଶି |

ଏଠାରେ ଦିଆଯାଇଥିବା କାହାଣୀ ଗୁଡିକ ଭିନ୍ନ ଭିନ୍ନ ଜାଗାରୁ ନିଆ ଯାଇଛି | ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜଣାଉଛି | ଏସବୁ ଆମର ଅଗାମୀ ପୀଢ଼ିର ପିଲାମାନଙ୍କୁ ସାହାଯ୍ୟ କରିବ ବୋଲି ମୋର ଆଶା |

ଶେଷରେ ଏକ ସୁନ୍ଦର ଶାନ୍ତିମୟ ଓ ପ୍ରେମମୟ ଦୁନିଆର କଳ୍ପନା କରୁଛି, ଯେଉଁଠି ଶିକ୍ଷା ଜୀବନର ଆଧାର ବୋଲି ଗଣା ଯିବ | ଏପରି ଦୁନିଆରେ ଶିକ୍ଷା କେବଳ ଏକ ଜୀବିକା ନିର୍ବାହର ମାଧ୍ୟମ ରହିବନି, ବରଂ ଜୀବନକୁ ଠିକ ରୂପରେ ଗଢିବାରେ ଉପଯୋଗୀ ହେବ | ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି |

ନନ୍ଦିନୀ ରମେଶ

**********************

ସବୁବେଳେ ମୁଁ ଓଡିଆ  ଅନୁବାଦ କରିବାକୁ  ଚାହୁଁଥିଲି | ଆଜି ବାବା  ନନ୍ଦିନୀଙ୍କ ମାଧ୍ୟମରେ ମୋତେ  ସୁଯୋଗ  ଦେଇଛନ୍ତି | ବାବା ହେଉଛନ୍ତି  ରାସ୍ତା ଦେଖାଇବା ଲୋକ; ଲକ୍ଷ୍ୟ ପାଖରେ ପହୁଁଚେଇବା  ଲୋକ | ସବୁକିଛି ତାଙ୍କ ଦ୍ଵାରା ପରିଚାଳିତ | ଆମେ ତ କେବଳ ଏକ ମାଧ୍ୟମ ମାତ୍ର |

ତାଙ୍କର ପାଦ ତଳେ  ଏହାକୁ  ସମର୍ପଣ  କରୁଛି |

ସଙ୍ଗୀତା

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s