ତୁମେ ହିଁ ମୋର ସାହା ଭରସା ( Trust In God )

ଗୁଣ – ବିଶ୍ୱାସ 

ଉପଗୁଣ – ଭରସା କରିବା 

9668AB19-F0CF-4A3F-8B0A-E2874B599744

ନବ ବିବାହିତ ଦମ୍ପତ୍ତିଟି ଖୁସିରେ ହ୍ରଦରେ ନୌକା ବିହାର କରୁଥିଲେ | ଏଇ ସମୟରେ ଝଡ ଆରମ୍ଭ ହୋଇଗଲା | ସ୍ୱାମୀ ଜଣକ ଯୋଦ୍ଧା ଥିଲେ | ତେଣୁ ସେ ଭୟଭୀତ ହୋଇ ନଥିଲେ | କିନ୍ତୁ ସ୍ତ୍ରୀ ବିଚାରୀ ଡ଼ରରେ ଥରୁଥିଲେ | ଝଡ଼ ଯୋଗୁ ହ୍ରଦରେ ବଡ଼ ବଡ଼ ଲହରୀ ଉଠୁଥିଲା | ନୌକାଟି ଉପରତଳ ହେଇ ଯାଉଥିଲା |କେତେବେଳେ କଣ ହୋଇଯିବ ଜଣା ପଡୁ ନଥିଲା ! ସ୍ତ୍ରୀ ଜଣକ ଜୀବନର ଆଶା ଛାଡି ଦେଇଥିଲେ | କିନ୍ତୁ ପୁରୁଷ ଜଣକ ବିଚଳିତ ନଥିଲେ | ସେ ଶାନ୍ତ ଭାବରେ ବସି ରହି ଘଟଣାକ୍ରମକୁ ନିରୀକ୍ଷଣ କରୁଥିଲେ |

C8922623-47BE-4530-BA1A-638A791D5521

ଶେଷରେ ସ୍ତ୍ରୀ ଜଣକ ସମ୍ଭାଳି ନପାରି ତାଙ୍କୁ ପଚାରିଲେ,” ତୁମକୁ କଣ ଡର ଲାଗୁନି ? ମୋତେ ଲାଗୁଛି,ସତେ ଯେପରି ଆମର ଜୀବନର ଶେଷ ମୁହୂର୍ତ୍ତ ଆସିଗଲା ! କୂଳରେ ପହଁଚିବାର ସମ୍ଭାବନା ତ ଟିକେ ବି ଦେଖା ଯାଉନି ! ଲାଗୁଛି,କୌଣସି ଚମତ୍କାର ହିଁ ଆମକୁ ରକ୍ଷା କରି ପାରିବ !”

ଏତେ କଥା କହିଲା ପରେ ବି ଯେତେବେଳେ ପୁରୁଷ ଜଣକ କିଛି ଉତ୍ତର ଦେଲେ ନାହିଁ ,ସେ କହିବାରେ ଲାଗିଲେ, “ ତୁମକୁ ଶୁଣା ଯାଉଛି ନା ନାହିଁ ! ପାଷାଣ ପ୍ରତିମା ଭଳି ମୂକ ହୋଇ କଣ ବସି ରହିଛ ? ପାଗଳ ହୋଇ ଯାଇନ ତ !”

ସ୍ତ୍ରୀଙ୍କ ଏପରି କଥାବାର୍ତ୍ତା ଶୁଣି ପୁରୁଷ ଜଣକ ହସିଲେ |

ଖୋଳ ଭିତରୁ ତାଙ୍କ ଖଣ୍ଡା ବାହାର କରି ଆଣିଲେ |

6BD320C4-ED78-43D6-BC7C-29D98ACE013B

ତାଙ୍କର ଏପରି ବ୍ୟବହାରରେ ସ୍ତ୍ରୀ ଆଉରି ଆଶ୍ଚର୍ଯ୍ୟଚକିତ ହୋଇଗଲେ |

କଥାଟି ଏଇଠି ଶେଷ ହେଲାନି !

ଖଣ୍ଡାକୁ ତାଙ୍କ ସ୍ତ୍ରୀଙ୍କ ବେକ ପାଖକୁ ଆଣିଲେ |

ଖଣ୍ଡା ମୁନଟି ପ୍ରାୟ ତାଙ୍କ ଗଳାକୁ ଛୁଁଉଥିଲା |

ତାପରେ ପଚାରିଲେ, “ତୁମକୁ ଡର  ଲାଗୁଛି ?”

ସ୍ତ୍ରୀ ହସି ହସି କହିଲେ, “ ମୁଁ କାହିଁକି ଡରିବି ? ମୁଁ ଜାଣେ,ତୁମେ ମୋତେ କେତେ ଭଲ ପାଅ ! ତୁମେ ଧରିଥିବା ଖଣ୍ଡା ମୋତେ ଡରାଇ ପାରିବନି ! 

ଖଣ୍ଡାକୁ ଖୋଳ ଭିତରେ ରଖୁ ରଖୁ ସ୍ୱାମୀ ଜଣକ ଉତ୍ତର ଦେଲେ , “ଠିକ ସେଇ କଥା ! ମୁଁ ଜାଣେ,ଭଗବାନ ତାଙ୍କ ସନ୍ତାନମାନଙ୍କୁ  କେତେ ଭଲ ପାଆନ୍ତି ! ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଝଡ଼ ମୋତେ ଡରାଇ ପାରିବନି !

ଭଗବାନଙ୍କ ହାତରେ ସବୁ କିଛି ! ସେ କେବେ ମଧ୍ୟ ଆମର ଖରାପ କରିବେ ନାହିଁ ! “

ତେଣୁ ଏ ଦୁନିଆରେ ଯାହା ସବୁ ଆମ ସହ ଘଟୁଛି, ତାହା ଆମର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ବୋଲି ଭାବି ନେବା ଉଚିତ |

ଶିକ୍ଷା : ଆମକୁ ଭରସା ରଖିବା ଦରକାର | ଏହା ହିଁ ଆମ ଜୀବନର ଗତିପଥକୁ ବଦଳାଇ ପାରିବ | ଆମର ଜୀବନରେ ପରିବର୍ତ୍ତନ ଆଣି ପାରିବ |

https://saibalsanskaar.wordpress.com