ଦୃଷ୍ଟିକୋଣ ( Perspective )

ଗୁଣ – ସଦାଚରଣ 

ଉପଗୁଣ – ଅଯଥା ମୂଲ୍ୟାୟନ ନ କରିବା 

FF391413-EA5B-4A83-9258-27B7187A2C5C

ରେଳ ଗାଡିଟି ଛୁକ ଛୁକ ଶବ୍ଦ କରି ଦୌଡ଼ି ଚାଲିଥିଲା | ସମସ୍ତେ ଯେ ଯାହାର କାମରେ ବ୍ୟସ୍ତ ଥିଲେ | କିଏ ସମ୍ବାଦ ପତ୍ର ଧରି ବସିଥିଲା ତ କିଏ ଚାଆର ମଜା ନେଉଥିଲା | ଛୋଟ ପିଲାଟିଏ ତା ଜାଗାରୁ ଏପଟ ସେପଟ ଡିଆଁ ମାରୁଥିଲା | ଏଇ ସମୟରେ ଝରକା ପାଖରେ ବସିଥିବା ପିଲାଟି ହଠାତ ଖୁସିରେ ଚିତ୍କାର କରି ତାର ବାପାଙ୍କୁ ଡ଼ାକ ପକାଇଲା |

କହିଲା,” ବାପା ! ଦେଖ,ଗଛଗୁଡାକ କେମିତି ପଛୁଆ ପଛୁଆ ଦଉଡୁଛନ୍ତି !”

AE327FEB-88BA-44EA-BC5B-F99C05068E7F.gif

ତା ବାପା କିଛି ନ କହି ମୁରକି ହସଟିଏ ଦେଲେ |

କିଛି ସମୟ ଚାଲିଗଲା |

ପୁଣିଥରେ ପିଲାଟି ଚିଲେଇ କହିଲା ,” ବାପା ! ବାଦଲଗୁଡିକ ମଧ୍ୟ ଆମ ସହ ଦଉଡୁଛନ୍ତି !”

E8C86BF0-A638-4773-B53F-EA698B469EA6.gif

ପାଖ ସିଟରେ ଏକ ଯୁବ ଦମ୍ପତ୍ତି ବସିଥିଲେ | ପିଲାଟିର ସବୁ କଥା ଶୁଣୁଥିଲେ | ସେମାନଙ୍କୁ ତାର ଏପରି ପିଲାଳିଆ କଥାବାର୍ତ୍ତା ଅଦ୍ଭୁତ ଲାଗୁଥିଲା | କାରଣ ପିଲାଟି ବୟସ ଅନୁସାରେ ଅତି ଛୋଟ ନଥିଲା | ପ୍ରାୟ ଚବିସପଚିଶ ବର୍ଷର ଲାଗୁଥିଲା |

ସେମାନେ ତାର ବାପାକୁ କହିଲେ,” ଆପଣ ୟାକୁ କୌଣସି ଭଲ ଡାକ୍ତରକୁ କାହିଁକି ଦେଖାଉ ନାହାନ୍ତି ?”

ତାର ବାପା କହିଲେ,” ମୋ ପିଲାଟି ଜନ୍ମରୁ ଅନ୍ଧ ଥିଲା | ତାର ଆଖି ଅପରେଶନ କରାଇଲା ପରେ ସେ ଦେଖିବା ଆରମ୍ଭ କରିଛି | ଆଜି ହିଁ ଆମେ ଡାକ୍ତରଖାନାରୁ ଫେରୁଛୁ |“

ତାପରେ ସମସ୍ତେ କିଛି ସମୟ ପାଇଁ ଚୁପ ହୋଇଯାଇଥିଲେ |

ଶିକ୍ଷା – ଦୁନିଆରେ ପ୍ରତ୍ୟେକ ଲୋକର ଜୀବନ ଏକ କାହାଣୀ ବୋଲି କହିଲେ ଭୁଲ ହେବନି |

ତେଣୁ କାହାକୁ ଭଲ ଭାବରେ ନଜାଣି କୌଣସି ମନ୍ତବ୍ୟ ଦେବା ଠିକ ନୁହେଁ |

କିନ୍ତୁ ଆମେ ଏହି ସତ୍ୟକୁ ଭୁଲି ଯାଇ ଲୋକଙ୍କ ବିଷୟରେ ମନ୍ତବ୍ୟ ଦେଇଥାଉ | ଯେତେବେଳେ ଆମେ ସେମାନଙ୍କୁ ଭଲ ଭାବରେ ଜାଣିବା,ସେତେବେଳେ ଆମେ ନିଜର ପୂର୍ବ ବ୍ୟବହାର ତଥା ମନ୍ତବ୍ୟ ପାଇଁ ଅନୁତପ୍ତ ହେବା |

https://saibalsanskaar.wordpress.com