ପଙ୍ଗୁ ରାଜାଙ୍କ ଅଭିଳାଷ ( The Handicapped King )

ଗୁଣ – ଆଶାବାଦୀ ରହିବା 

ଉପ ଗୁଣ – ସକାରାତ୍ମକ  ମନୋଭାବ      

56b9a478-569d-4f33-8c7d-4a8761cb3a8e

କୌଣସି ଏକ ସମୟରେ କୌଣସି ଏକ ରାଜ୍ୟରେ ଜଣେ ରାଜା ରାଜୁତି କରୁଥିଲେ | ଦିନେ ସେ ରାଜ ଉଦ୍ୟାନରେ ଟହଲ ମାରୁଥିଲେ | ସେତେବେଳେ ତାଙ୍କ ମନକୁ ଏକ ବିଚାର ଆସିଲା | ସେ ସ୍ଥିର କଲେ, ନିଜର ଏକ ସୁନ୍ଦର ଚିତ୍ର ଚିତ୍ରକାରଙ୍କ ଦ୍ୱାରା ତିଆରି କରି ଶୟନ କକ୍ଷରେ ଲଗାଇବେ | ସେଠି ତାଙ୍କର ପୂର୍ବ ପୁରୁଷଙ୍କ ଚିତ୍ର ସବୁ ଧାଡି ଧାଡି ହୋଇ କାନ୍ଥରେ ଟଙ୍ଗା ହୋଇଥିଲା | ନିଜ ଛବିକୁ ସେଇଠି ସେ ଦେଖିବାକୁ ଇଚ୍ଛା ପ୍ରକାଶ କଲେ | 

ସେଥିପାଇଁ ସେ ରାଜ୍ୟର ସବୁ ଚିତ୍ରକାରଙ୍କ ଡକାଇ ପଠାଇଲେ | କିନ୍ତୁ କାମଟି ଏତେ ସହଜ ନଥିଲା | ସମସ୍ତେ ରାଜାଙ୍କ ଶାରୀରିକ ଅକ୍ଷମତାକୁ ଭଲ ଭାବରେ ଜାଣିଥିଲେ | ରାଜାଙ୍କର ଗୋଟିଏ ଆଖି ନଥିଲା | ଅତୀତରେ ଯୁଦ୍ଧରେ ସେ ଗୋଟିଏ ଗୋଡ ମଧ୍ୟ ହରାଇଥିଲେ | ତେଣୁ ରାଜାଙ୍କ ଏକ ସୁନ୍ଦର ମନୋହର ଚିତ୍ର ଅଙ୍କନ କରିବା ଚିତ୍ରକାରମାନେ ଅସମ୍ଭବ ଭାବୁଥିଲେ | ତେଣୁ କେହି ସାଙ୍ଗେ ସାଙ୍ଗେ ସମ୍ମତି ଦେଲେ ନାହିଁ |

କିଛି ଦିନ ବିତି ଗଲା | ରାଜା ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥାନ୍ତି | ଏଣେ ଚିତ୍ରକାରମାନଙ୍କ ଭିତରେ ଭାଳେଣି ପଡି ଯାଇଥିଲା | କଣ କରିବେ ବୁଝି ପାରୁ ନଥିଲେ | ଏହି ସମୟରେ ଜଣେ ଚିତ୍ରକାରଙ୍କୁ ମାନସ ପଟରେ ରାଜାଙ୍କୁ ଘୋଡା ଉପରେ ବସି ଶିକାର କରୁଥିବା ଦୃଶ୍ୟ ଉଦୟ ହେଲା  |  ସେ ହେଳା ନକରି ସେହି ଦୃଶ୍ୟଟିକୁ ସାକାର ରୂପ ଦେଇ ଚିତ୍ରଟି ପ୍ରସ୍ତୁତ କଲେ | ସମସ୍ତେ ଚିତ୍ରଟି ଦେଖି ବିହ୍ଵଳିତ ହୋଇ ଉଠିଲେ | 

ଚିତ୍ରଟିରେ ରାଜା ଘୋଡା ଉପରେ ବସି ଗୋଟିଏ ଆଖି ବନ୍ଦ କରି ଲଇଁ ପଡି ଶିକାର ଆଡକୁ ଲକ୍ଷ୍ୟ ସାଧୁଥିଲେ |ଚିତ୍ରଟିରେ ରାଜାଙ୍କ କଣା ଆଖିଟିକୁ ଦେଖିଲେ ଗୋଟେ ଆଖି ବନ୍ଦ କରିଥିଲା ଭଳି ଲାଗୁଥିଲା  | କଟି ଯାଇଥିବା ଗୋଡ଼ଟି ଘୋଡା ପିଠିର ଅପର ପାର୍ଶ୍ଵରେ ରହିଥିଲା | ଯାହା ଫଳରେ ରାଜାଙ୍କ ସବୁ ଶାରୀରିକ ଅକ୍ଷମତା ସୁନ୍ଦର ଭାବରେ ଲୁଚି ଯାଇଥିଲା |

ଚିତ୍ରଟି ସମସ୍ତଙ୍କୁ ପସନ୍ଦ ଆସିଥିଲା | ରାଜା ମଧ୍ୟ ଖୁସି ହୋଇ ଚିତ୍ରକାରଙ୍କ ପୁରସ୍କୃତ କରିଥିଲେ |

ଶିକ୍ଷା – ସମସ୍ତଙ୍କ ଭିତରେ କିଛି ନା କିଛି ଦୁର୍ବଳତା ବା ଦୋଷଗୁଣ ଅଛି | ଯଦି ଆମେ ଏଇ ସବୁକୁ ଛାଡି ଦେଇ ପ୍ରତ୍ୟେକ ଭିତରେ ଥିବା ଭଲ ଗୁଣକୁ ଦେଖିବା,ଆମ ଜୀବନର ଗତି ବଦଳି ଯିବ |

https://saibalsanskaar.wordpress.com

http://www.lessonsoftheday.com/2013/01/a-short-moral-story.html