ଅସଲି ମୁକ୍ତା ହାର ( The Real Pearl Necklace )

ଗୁଣ – ସତ୍ୟ 

ଉପ ଗୁଣ – ଅନ୍ତର୍ନିହିତ ଶକ୍ତିକୁ ଜାଣିବା ଓ ମହତ୍ତ୍ୱ ଦେବା 

ଜେନି ମାତ୍ର ପାଞ୍ଚ ବର୍ଷର ଗୁଳୁଗୁଲିଆ ଛୋଟ ଝିଅଟିଏ | ତାର ଆଖିର ଚମକ ଦେଖିଲେ ମନ ଖୁସିରେ ଭରି ଉଠେ | ଦିନେ ସେ ଆଉ ତା ମାଆ ବଜାରରୁ ଜିନିଷପତ୍ର କିଣୁଥିଲେ | ତାର ଆଖି ଗୋଟିଏ ନକଲି ମୁକ୍ତାରୁ ତିଆରି ହୋଇଥିବା ପ୍ଲାଷ୍ଟିକ ହାର ଉପରେ ପଡିଲା | ସେ ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ | ମାଆକୁ ବିନତି କଲା ସେଇ ହାରଟି କିଣିଦେବା ପାଇଁ | CFBD2181-47E1-4378-A02E-BACBB42BD270

ମା ତାକୁ ବୁଝାଇ କହିଲେ,” ଦେଖ,ଏଇଟା ଗୋଟିଏ ନକଲି ମୁକ୍ତାର ପ୍ଲାଷ୍ଟିକ ହାର ଯାହାର ଦାମ ଅଯଥାରେ ବହୁତ ବେଶି | ଯେହେତୁ ତୋତେ ଏତେ ପସନ୍ଦ ଆସୁଛି,ମୁଁ ତୋ ପାଇଁ କିଣି ଦେବି | କିନ୍ତୁ ତା ବଦଳରେ ତୋତେ ଗୋଟେ କାମର ତାଲିକା ଦେବି | ତାକୁ ତୋତେ ପୂରଣ କରିବାକୁ ପଡିବ | ତା ଛଡ଼ା ଏଥର ତୋ ଜନ୍ମ ଦିନରେ ଜେଜେ ମା ଯେଉଁ ପଇସା ଦେବେ,ତାକୁ ହାର କିଣିବାରେ ଲଗାଇବାକୁ ପଡିବ |”

ଜେନି ଏଥିରେ ରାଜି ହୋଇଗଲା | ତା ମାଆ ହାରଟି କିଣିଦେଲେ | ଜେନି ମଧ୍ୟ ଠିକ ସମୟରେ ତାର ସବୁ କାମ କରି ରଖିଦେଲା | ଜେଜେ ମା ଦେଇଥିବା ପଇସା ମଧ୍ୟ ଜମା କରିଦେଲା |

ଜେନିକୁ ସେଇ ହାରଟି ଏତେ ଭଲ ଲାଗୁଥିଲା ଯେ ସେ ଦିନରାତି ତାକୁ ପିନ୍ଧିବାରେ ଲାଗିଲା | କେବଳ ଗାଧେଇଲା ବେଳେ ସେ ତାକୁ ବେକରୁ ବାହାର କରି ରଖୁଥିଲା | କାରଣ ତା ମା କହିଥିଲେ,ପାଣି ବାଜିଲେ ହାରଟି ନଷ୍ଟ ହୋଇଯିବ | ସେଥିରୁ ରଙ୍ଗ ଛାଡିବ ଓ ତା ବେକରେ ଶାଗୁଆ ରଙ୍ଗର ଦାଗ ପଡିଯିବ |

082654E9-B5B6-4C1A-92DF-81E23A2821BF

ଜେନିକୁ ଗପ ଶୁଣିବାକୁ ବଡ ଭଲ ଲାଗେ |

ସବୁଦିନ ରାତିରେ ଜେନି ଶୋଇବା ପୂର୍ବରୁ ତା ବାପାଙ୍କଠୁ ଗପଟିଏ ଶୁଣୁଥିଲା | 

ବାପା ତାକୁ ଗୋଟିଏ ଗପ ପଢି ଶୁଣାଉଥିଲେ | 

0A5483EF-E31E-44F3-86DA-22EE6F60F0AA

ଦିନେ ଗପଟି ଶୁଣାଇ ସାରିଲା ପରେ ସେ କହିଲେ,” ଜେନି! ଯଦି ତୁ ମୋତେ ସତରେ ଭଲ ପାଉ, ହାରଟା ବେକରୁ କାଢି ମୋତେ ଦେଇ ଦେ |”

ଜେନି ବିକଳ ହୋଇ କହିଲା,” ବାପା ! ମୁଁ ତୁମକୁ ବହୁତ ଭଲ ପାଏ | କିନ୍ତୁ ହାରଟି ଦେଇ ପାରିବିନି | ତା ବଦଳରେ ଗତ ଜନ୍ମ ଦିନରେ ତୁମେ ଦେଇଥିବା ମୋର ଅତି ପ୍ରିୟ କଣ୍ଢେଇ ରୋଜିକୁ ଦେବି | ତାର ପାର୍ଟୀ ଡ୍ରେସ୍ ମଧ୍ୟ ତା ସହ ତୁମକୁ ଦେଇ ଦେବି,କିନ୍ତୁ ଦୟା କରି ହାର ମାଗନି |”

ତାର ବାପା ଆଉ କିଛି କହିଲେନି | ତାକୁ ଶୁଭ ରାତ୍ରୀ କହି ଶୋଇବାକୁ ଚାଲିଗଲେ |

ତାପର ସପ୍ତାହରେ ରାତିରେ ତାକୁ ଗପ ଶୁଣାଇଲା ପରେ ପୁଣିଥରେ ସେ ହାରଟି ମାଗିଲେ | ଜେନି ଏଥର ବି ହାର ଦେବାକୁ ପ୍ରସ୍ତୁତ ନଥିଲା | ହାର ବଦଳରେ ସେ ସେ ତାର ରିବନ୍ ଆଉ କାଠ ଘୋଡାକୁ ଦେବାକୁ ରାଜି ହୋଇଗଲା | 

ତାର ବାପା ତାକୁ ଶୁଭ ରାତ୍ରୀ କହି ଚୁପଚାପ ସେଠୁ ଚାଲିଗଲେ |

ଏମିତି କିଛି ଦିନ ଚାଲିଗଲା | ଜେନିର ବାପା ତାକୁ ହାର ମାଗିବା ବନ୍ଦ କରିଦେଇଥିଲେ | 

ଅଚାନକ ଦିନେ ତାର ବାପା ତାକୁ ଗପ ଶୁଣାଇ ସାରି ସେଠୁ ଉଠି ଶୋଇବାକୁ ଯାଉଥିଲା ବେଳେ ଜେନି ତାଙ୍କୁ ଅଟକାଇଲା ଓ କମ୍ପୁଥିବା ହାତରେ ସେହି ନକଲି ମୁକ୍ତାର ହାରଟି ତାଙ୍କ ହାତରେ ରଖି ଦେଲା | 

ନକଲି ମୁକ୍ତାର ହାରଟିକୁ ସେ ଗୋଟେ ହାତରେ ଧରିଲେ ଆଉ ଆର ହାତଟି ପକେଟରେ ପୁରାଇ ଗୋଟିଏ ନୀଳ ରଙ୍ଗର ଡବାଟିଏ ବାହାର କରି ଜେନି ହାତକୁ ବଢ଼ାଇ ଦେଲେ | 

ଜେନି ତାକୁ ଖୋଲି ଦେଖିଲା | 

ତା ଭିତରେ ସତ ସତିଆ  ମୁକ୍ତା ହାରଟିଏ ଥିଲା !

0B426675-398E-4B28-A337-9DBE6DF3D35A

ଜେନିର ବାପା ସେଇ ସମୟକୁ ଅପେକ୍ଷା କରି ରହିଥିଲେ ଯେବେ ଜେନି ନିଜେ ନିଜେ ଖୁସିର ସହ ନକଲି ହାରକୁ ଛାଡିଦେବ ଓ ତାଙ୍କଠୁ ଅସଲି ହାର ନେବ !

ଶିକ୍ଷା :  ଜୀବନରେ ଆମେ ବହୁତ ସମୟରେ ବାସ୍ତବିକତାଠୁ ଦୂରରେ ଥାଉ | ପ୍ରକୃତ କଥା ଆମକୁ ଜଣା ନଥାଏ |ଆମକୁ ଯାହା ଠିକ ଲାଗେ,ତାକୁ ସତ୍ୟ ଭାବି ଖୁସିରେ ବସିଯାଉ | କିନ୍ତୁ ଜୀବନର ଗତି ଅଲଗା ପ୍ରକାର |କେତେବେଳେ ଏହା ଆମକୁ କଣ ଦେଇ ଚମକାଇ ଦେବ ତାର ଠିକଣା ନାହିଁ | ବେଳେ ବେଳେ ଜୀବନରେ ଉତ୍ତମ ଜିନିଷ ପାଇବାକୁ ହେଲେ ଜୀବନ ଚଲା ପଥରେ ମିଳୁଥିବା ଛୋଟ ଛୋଟ ବାଲି ଗରଡ଼ାକୁ ଛାଡି ଆଗକୁ ବଢିବାକୁ ପଡିବ | ଜୀବନର ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡିବ | ଏଥିପାଇଁ ସାହସ ଦରକାର | ଏହି ସାହସକୁ ପାଇବା ପାଇଁ ବାହାରେ ଖୋଜିବା ଦରକାର ନାହିଁ | କାରଣ ଆମ ଭିତରେ ହିଁ ଏହା ବିଦ୍ୟମାନ  |

https://saibalsanskaar.wordpress.com