ଆଳୁ ଚାଷ ( Planting Potatoes )

ଗୁଣ – ସଦାଚରଣ 

ଉପ ଗୁଣ – ନିଜ କାର୍ଯ୍ୟ ଦ୍ୱାରା ଅନ୍ୟମାନଙ୍କ ଜୀବନରେ ଫରକ ପକାଇବା 

DB734CD0-2743-4D6F-B7D2-66EAFABD993A

ମୁଁ ଯେତେବେଳେ ଛୋଟ ପିଲାଟିଏ ଥିଲି,ମୋର ମନେ ଅଛି,ଆମର ବଗିଚାରେ ଆମେ ବହୁତ ପ୍ରକାର ପନିପରିବା ଚାଷ କରୁଥିଲୁ | ବିଶେଷତଃ ଆଳୁ ଚାଷ ବିଷୟରେ ମୋର ଏବେ ବି ସବୁ କିଛି ମନେ ଅଛି | ବଗିଚାର ସବୁଠୁ ବଡ ଜାଗାରେ ଆଳୁ ଚାଷ କରୁଥିଲୁ | ପରିବାରର ସମସ୍ତେ ଏହି କାମରେ ଲାଗି ଯାଉଥିଲେ | ବାପାଙ୍କର କାମ ଥିଲା ମାଟି ଖୋଳିବା | ଆଳୁ ମଞ୍ଜି ପୋତିବା ପାଇଁ ମୁଁ ସବୁବେଳେ ଆଗଭର ହେଉଥିଲି | ମୁଁ ଆଳୁ ମଞ୍ଜି ପକାଇଲା ପରେ ମୋ ମାଆ ତା ପାଖରେ ସାର ବିଞ୍ଛି ଚାଲୁଥିଲେ | ତାପରେ ମୋର ବାକି ଭାଇମାନେ ତା ଉପରେ ମାଟି ଲଦି ଚାଲୁଥିଲେ |

ଆଳୁ ଗଛ ବଡ ହେଇ ଆଳୁ ଫଳିବାକୁ ବହୁତ ଦିନ ଲାଗୁଥିଲା | 

ମୁଁ ସେଇଦିନକୁ ଅପେକ୍ଷା କରି ରହୁଥିଲି ଯେବେ ଆଳୁ ଗଛରୁ ଆଳୁ ବାହାରିବ ! 

ବଗିଚା ବାହାରେ ଖେଳୁଥିବା ସମୟରେ ମଝିରେ ମଝିରେ ଆସି ଆଳୁ କ୍ଷେତକୁ ଚାହୁଁଥିଲି ଓ ଭାବୁଥିଲି, “ମାଟି ଭିତରେ ଆଳୁ ମଞ୍ଜିର କଣ ହେଉଥିବ ! ଆଳୁ ମଞ୍ଜି କେମିତି ବଦଳୁଥିବ ! “

ଚାହୁଁ ଚାହୁଁ ମାଟି ଭିତରୁ ଆଳୁ ବାହାର କରିବା ସମୟ ଆସି ଯାଇଥିଲା |

ବାପା ଆଳୁ ଗଛ ମୂଳରୁ ଯେତେବେଳେ ବଡ଼ ବଡ଼ ଆଳୁ ବାହାର କରି ଆମକୁ ଦେଖାଇଲେ ,ମୁଁ ତ ନିଜ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ ! 

ଏତେ ଛୋଟ ଛୋଟ ମଞ୍ଜିରୁ କେତେ ଯେ ଆଳୁର ଗୁଚ୍ଛା ବାହାରିଥିଲା,ସତରେ ଦେଖିଲା ଭଳି ଥିଲା !

ସେହି ଆଳୁର ମୂଲ୍ୟ ଆମ ପରିବାର ବହୁତ ବେଶି ଥିଲା | ସେଥିରୁ ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରିବା ପାଇଁ ଯୋଜନା କରି ସାରିଥିଲୁ | ମୋର ସବୁଠୁ ପ୍ରିୟ ଥିଲା ଆଳୁ ଦମ ! ପୁରା ବର୍ଷ ପାଇଁ ଆମର ଆଳୁର ଚାହିଦା ପୂର୍ଣ୍ଣ ହୋଇଯାଇଥିଲା | ଏହି ଆଳୁ ଉତ୍ପାଦନ ମୋ ପାଇଁ କୌଣସି ଚମତ୍କାରଠୁ କମ ନଥିଲା !

ଶିକ୍ଷା – ଏଇ ସବୁ ଘଟଣା କ୍ରମ ବିଷୟରେ ଯେବେ ମୁଁ ବସି ପଡି ଭାବିବାକୁ ଲାଗେ,ଆଶ୍ଚର୍ଯ୍ୟ ହୁଏ ଯେ ଆଳୁ ମଞ୍ଜି ଭଳି ମୁଁ କହିଥିବା ବା କରିଥିବା ଏମିତି କେତେ ନା କେତେ କଥା ଲୋକଙ୍କ ହୃଦୟରେ ବା ମନରେ ବୀଜ ରୂପେ ରୋପିତ ହୋଇ ଯଥା ସମୟରେ ଭିନ୍ନ ଭିନ୍ନ ରୂପ ଧରି ଅଙ୍କୁରିତ ହୋଇଥିବ ! 

କେତେବେଳେ ମୋ କଥା ବା ମୋର କାର୍ଯ୍ୟ ଅନ୍ୟମାନଙ୍କୁ ଆନନ୍ଦ ଦେଇଥିବ ତ କେତେବେଳେ ଦୁଃଖ ଦେଇଥିବ ! 

ସବୁ ଦିନ ପ୍ରତ୍ୟେକ ବ୍ୟକ୍ତି ଏଇ କାମ କରି ଆସୁଛି | ତେଣୁ ଆମକୁ ସବୁବେଳେ ସଚେତନ ରହିବାକୁ ପଡିବ |

ମନେ ରଖି,ଭଲ କଥା କହିବା ଓ ଭଲ କାମ କରିବା,ଯେମିତି ସମସ୍ତେ ଖୁସି ହେବେ | କାହାକୁ ଜାଣତରେ ବା ଅଜାଣତରେ ଦୁଃଖ ଦେବା ନାହିଁ | 

ଅନ୍ୟ ପ୍ରତି ପ୍ରେରିତ ଆମର ପ୍ରତ୍ୟେକ ଭାବନା,ଶବ୍ଦ,କାର୍ଯ୍ୟ ଉତ୍ତମ ହେଉ ଓ ସୁନ୍ଦର ରୂପରେ ଅନ୍ୟମାନଙ୍କ ଭିତରେ ଏଗୁଡ଼ିକ ପ୍ରସ୍ଫୁଟିତ ହୋଇ ସମସ୍ତଙ୍କ ଜୀବନକୁ ସୁଗନ୍ଧିତ କରି ଦିଅନ୍ତୁ | ସମସ୍ତଙ୍କୁ ସୁଖଶାନ୍ତି ମିଳୁ |

https://saibalsanskaar.wordpress.com

http://academictips.org/blogs/