ଅସୀମ ଆତ୍ମ ବିଶ୍ୱାସ ( Confidence Level )

ଗୁଣ – ପ୍ରେମ 

ଉପ ଗୁଣ – ବିଶ୍ୱାସ 

85993AF0-0889-401C-9962-309F0AA8472D

ଉଡ଼ାଜାହାଜରେ ମୁଁ ବସିଥାଏ | ହାତରେ ବିମାନ ସିଟ୍ ସାମନାରେ ରଖା ଯାଇଥିବା ସମ୍ବାଦପତ୍ରଟିକୁ ହାତରେ ଧରି ଇଆଡୁ ସିଆଡ଼ୁ ଭାବିବାରେ ଲାଗିଥାଏ |

କିଛି ସମୟ ଚାଲିଗଲା |

କିଛି ଦୂରତା ବି ଉଡ଼ାଜାହାଜ ଅତିକ୍ରମ କଲା |

ମୁଁ ଅପେକ୍ଷା କରୁଥିଲି କେତେବେଳେ ସେମାନେ ଜଳପାନର ଘୋଷଣା କରିବେ | କିନ୍ତୁ କେହି କୁଆଡେ ହଲୁ ନଥାନ୍ତି | ଏଆର ହୋଷ୍ଟେସମାନେ ଚୁପଚାପ ନିଜ ଭିତରେ କଥାବାର୍ତ୍ତା କରିବାରେ ଲାଗିଥାନ୍ତି |

984FA5F6-AF4B-45E6-9A63-8959298822E6

ଉଡ଼ାଜାହାଜଟି ମଝିରେ ମଝିରେ ଦୋହଲି ଚାଲିଥାଏ |

ମନରେ ଶଙ୍କା ଆସୁଥାଏ,” ଠିକରେ ଘରେ ପହଁଚିବୁ ତ ?”

ଏଇ ସମୟରେ ବିମାନ ପରିଚାରିକା ଘୋଷଣା କଲେ, “ବାୟୁ ମଣ୍ଡଳରେ ଅସ୍ଥିରତା ଯୋଗୁ ଜଳପାନ ବ୍ୟବସ୍ଥା ଏବେ ହୋଇ ପାରିବନି | “

ସେଥିପାଇଁ ସେ କ୍ଷମା ଯାଚନା କଲେ | ତା ସହିତ ଯାତ୍ରୀମାନଙ୍କୁ ସିଟ ବେଲ୍ଟ ବାନ୍ଧିବା ପାଇଁ ଅନୁରୋଧ କଲେ |

ଯାତ୍ରୀମାନଙ୍କ ଭିତରେ ଅସ୍ଥିରତା ଧୀରେ ଧୀରେ ବଢି ଚାଲିଥାଏ |

ଡର ମଧ୍ୟ ବଢି ଚାଲିଥାଏ |

କିଛି ସମୟ ପରେ ଝଡ ଆରମ୍ଭ ହୋଇଗଲା | କଳା ବାଦଲ ଆଗରୁ ହିଁ ଆକାଶକୁ ଘୋଡାଇ ରଖିଥିଲା |ବିଜୁଳି,ଘଡଘଡିର ଶବ୍ଦ ମଧ୍ୟ କିଛି କମ ନଥିଲା | ଜାହାଜର ଇଞ୍ଜିନ ଶବ୍ଦଠୁ ଅଧିକ ଜୋରରେ ଶୁଣା ଯାଉଥିଲା |ଆମ ଜାହାଜଟି ଆକାଶରେ ଖାଲି ଏପଟ ସେପଟ ଦୋହଲି ଚାଲିଥାଏ | କେତେବେଳେ ବାୟୁ ସ୍ରୋତ ଏହାକୁ ଉପରକୁ ଉଠାଇ ନେଉଥାଏ ତ କେତେବେଳେ ତଳକୁ କଚାଡି ପକାଉଥାଏ |

ମୁଁ ଟିକେ ଏପଟ ସେପଟ ଚାହିଁଲି | ଦେଖିଲି,ସମସ୍ତେ ପ୍ରାୟଃ ଭୟଭୀତ ଅବସ୍ଥାରେ ଥିଲେ | ସେମାନଙ୍କ ମଧ୍ୟରୁ ବହୁତ ଲୋକ ଭଗବାନଙ୍କୁ ମନେ ମନେ ପ୍ରାର୍ଥନା କରିବା ଆରମ୍ଭ କରି ଦେଇଥିଲେ |

ଆଗକୁ କଣ ହେବ ଜଣା ପଡୁ ନଥିଲା | ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଥିଲୁ | ସେତେବେଳେ ଆଖି ପଡିଲା ପାଖ ସିଟରେ ବସିଥିବା ଛୋଟ ଝିଅଟିଏ ଉପରେ | ପିଲାଟି ବଡ ଶାନ୍ତଶିଷ୍ଟ ଭାବରେ ବସିଥିଲା | ବହିଟିଏ ହାତରେ ଧରି ପଢିବାରେ ଲାଗିଥିଲା | ବାହାର ଦୁନିଆରେ କଣ ଘଟୁଛି ତାକୁ ଫରକ ପଡୁ ନଥିଲା |କେତେବେଳେ ସେ ଧ୍ୟାନର ସହ ବହି ପଢୁଥିଲା ତ କେତେବେଳେ ଆଖି ବନ୍ଦ କରି କିଛି ସମୟ ପାଇଁ ଶୋଇ ରହୁଥିଲା | କେତେବେଳେ ଗୋଡ଼କୁ ଆଗକୁ ଲମ୍ବାଇ ଅଳସ ଭାଙ୍ଗୁଥିଲା | ତା ଚେହେରାରେ ଭୟର ତିଳେ ମାତ୍ର ଚିହ୍ନ ନଥିଲା | ବିମାନଟି ମଝିରେ ମଝିରେ ତଳ ଉପର ହେଉଥିଲା,ଭୟଙ୍କର ଭାବରେ ଦୋହଲି ଯାଉଥିଲା |ବିମାନରେ ବସିଥିବା ସମସ୍ତ ଯାତ୍ରୀମାନଙ୍କ ଭିତରେ କୋକୁଆ ଭୟ ଉତ୍ପନ୍ନ ହେଉଥିଲା | କିନ୍ତୁ ଝିଅଟି ଅଦ୍ଭୁତ ଭାବରେ ଶାନ୍ତ ଥିଲା |

B60C510B-5C8B-4400-A3CF-268DF3ECD764

ତାର ଏହି ମନୋଭାବ ମୋତେ ବିସ୍ମିତ କରି ଦେଇଥିଲା | କିଛି ସମୟ ପରେ ବିମାନଟି ଝଡ଼କୁ ଅତିକ୍ରମ କରି ଗନ୍ତବ୍ୟ ସ୍ଥଳରେ ପହଁଚିଲା | ସମସ୍ତେ ତରବର ହୋଇ ତଳକୁ ଓହ୍ଲାଇବାରେ ଲାଗିଲେ | ଏହି ସମୟରେ ମୁଁ ପିଲାଟି ପାଖକୁ ଗଲି ତାକୁ ପଚାରିଲି, “ମା ! କଥା କଣ ! ଏତେ ଝଡତୋଫାନ ଯୋଗୁ ବିମାନଟି ତାଳପତ୍ର ଭଳି ଥରୁଥିଲା ବେଳେ ତୁ ଏତେ ଶାନ୍ତ କିପରି ରହି ପାରିଲୁ ?”

ଝିଅଟି କହିଲା, “ମୋର ବାପା ଏହି ବିମାନର ପାଇଲଟ ଅଟନ୍ତି | ସେ ମୋତେ ଘରକୁ ନେଇ ଯାଉଛନ୍ତି |”

ଶିକ୍ଷା : ଆତ୍ମ ବିଶ୍ୱାସ ଥିଲେ ମଣିଷ ନିଜ କାମକୁ ସଫଳତାର ସହ ସମ୍ପନ୍ନ କରିଥାଏ | ଆତ୍ମ ବିଶ୍ୱାସ ମଣିଷକୁ ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତ ଓ ସ୍ଥିର ରଖିଥାଏ | ଆତ୍ମ ବିଶ୍ୱାସ ସହ ଭରସା ମିଶିଗଲେ ମଣିଷ ଜୀବନର ଚଲା ପଥରେ ବହୁତ ଦୂର ପର୍ଯ୍ୟନ୍ତ ଯାଇ ପାରିଥାଏ | କାହାଣୀରେ ପିଲାଟିର ନିଜ ବାପାଙ୍କ ଉପରେ ଭରସା ଥିଲା ଯେ ସେ ତାକୁ ନିଶ୍ଚୟ ଠିକରେ ଘରେ ପହଁଚାଇ ଦେବେ | ସେହି ଆତ୍ମ ବିଶ୍ୱାସ ତାକୁ ପୁରା ଯାତ୍ରା ସମୟରେ ନିର୍ଭୟ କରି ରଖିଥିଲା | ସେମିତି ଭଗବାନଙ୍କ ଉପରେ ଭରସା କରି ଆମେ ଏହି ଜୀବନ ଯାତ୍ରାକୁ ନିର୍ଭୟରେ ପାର କରି ପାରିବା |

https://saibalsanskaar.wordpress.com

http://www.moral-stories.org/confidence-level/