ଦରିଦ୍ରତାର ଲକ୍ଷଣ ( What It Means to be Poor )

ଗୁଣ – ଶାନ୍ତି 

ଉପ ଗୁଣ – ସନ୍ତୋଷ,କୃତଜ୍ଞତା 

BAAF4FE1-B387-46E8-B744-CFBBD58C44C2

ଜଣେ ଧନୀ ବ୍ୟକ୍ତି ଥିଲେ | ସେ ତାଙ୍କ ପୁଅକୁ ଦରିଦ୍ରତା କଣ ବୁଝାଇବାକୁ ଚାହୁଁଥିଲେ | ସେଥିପାଇଁ ଦୁହେଁ ଏକ ଅନିର୍ଦ୍ଦିଷ୍ଟ ଦିଗରେ ଯାତ୍ରା ଆରମ୍ଭ  କଲେ | ଇଆଡ଼େ ସିଆଡେ ବୁଲି ବୁଲି ଗୋଟିଏ ଅଜଣା ଅଶୁଣା ଗାଆଁରେ ଯାଇ ପହଁଚିଲେ | ସେଠି ସେମାନେ ଗୋଟିଏ ନିହାତି ଗରିବ ପରିବାରର ଚାଷ ଖଳାରେ କିଛି ଦିନ ଓ କିଛି ରାତି ବିତାଇଲେ |

ଫେରିଲା ବେଳେ ପିତା ପୁତ୍ରକୁ ଏହି ଯାତ୍ରାର ଅନୁଭୂତି କେମିତି ଥିଲା ପଚାରିଲେ |

ପୁଅ କହିଲା,”ବହୁତ ବଢିଆ |”

ବାପା କହିଲେ,” ଦେଖିଲୁ,ଗରିବ ଲୋକମାନେ କେମିତିଆ ଜୀବନଯାପନ କରନ୍ତି ?”

ପୁଅ କହିଲା, “ହଁ | “

ପୁଣିଥରେ ସେ ପଚାରିଲେ,” ଏହି ଯାତ୍ରାରୁ ତୁ କଣ ଶିଖିଲୁ ?”

ପୁଅର ଉତ୍ତର ଶୁଣିଲା ଭଳି ଥିଲା |

ପୁଅ କହିଲା,” ହଁ ,ଆମ ପାଖରେ ଗୋଟିଏ କୁକୁର ଅଛି ଆଉ ସେମାନଙ୍କ ପାଖରେ ଚାରିଟା |

ଆମର ବଗିଚା ଭିତରେ ଥିବା ସ୍ଵଇମିଂ ପୁଲ୍ ଏତେ ଛୋଟ,ସେମାନଙ୍କ ଘର ପାଖ ଦେଇ ବହି ଯାଉଥିବା ଛୋଟ ନଦୀଟି କେତେ ସୁନ୍ଦର |

ଆମେ ବଗିଚାରେ ବିଦେଶରୁ ଆଣି ଆଲୁଅ ଲଗାଇଛେ | ସେମାନଙ୍କ ଜମି ଉପରେ ତାରାମାନେ ଆଖି ମିଟିକା ମାରୁଛନ୍ତି |

ଆମ ଘର ପଛ ପଟେ  ବସାଉଠା କରିବା ପାଇଁ ଥିବା ଜାଗାଟି କେତେ ଛୋଟ !

ସେମାନଙ୍କ ପାଖରେ ଥିବା ଜମିଜମାର ସୀମାରେଖା ଏତେ ଲମ୍ବା ଯେ ଆଖି ପାଏନି !

ଆମ ପାଖରେ ଭୃତ୍ୟ ଅଛନ୍ତି ଆମର ସେବା କରିବା ପାଇଁ ,କିନ୍ତୁ ସେମାନେ ଅନ୍ୟର ସେବାରେ ନିଜ ଜୀବନକୁ ଲଗାଇ ଦେଇଛନ୍ତି |

ଆମେ ଆମର ଖାଇବା ବଜାରରୁ କିଣୁ ଅଥଚ ସେମାନେ ନିଜ ଜମିରେ ଖାଦ୍ୟଶସ୍ୟ ଉପୁଯାନ୍ତି |

ଆମ ଘର ଚାରିପାଖେ ବାଡ଼ ତିଆରି କରି ନିଜର ସୁରକ୍ଷା ବ୍ୟବସ୍ଥା କରୁ ଆଉ ସେମାନେ ନିଜର ସୁରକ୍ଷା ନିଜ ଭାଇବନ୍ଧୁଙ୍କ  ଉପରେ ଛାଡି ଦେଇ ନିଶ୍ଚିନ୍ତରେ ରାତି ବିତାନ୍ତି |”

ପୁଅର କଥା ଶୁଣି ବାପ ହତବାକ୍ ହୋଇଗଲେ |

ସେ କିଛି କହିବା ପୂର୍ବରୁ ପୁଅ କହିଲା,” ବାପା,ଆମେ ପ୍ରକୃତରେ କେତେ ଯେ ଗରିବ ଦେଖାଇ ଦେଇଥିବା ପାଇଁ ଧନ୍ୟବାଦ |“

ଶିକ୍ଷା : ବହୁତ ସମୟରେ ଆମେ ଭୁଲିଯାଉ,ଆମ ପାଖରେ କଣ ଅଛି |

କଣ ଆମ ପାଖରେ ନାହିଁ,ସେହି ବିଷୟରେ ବେଶି ଧ୍ୟାନ ଦେଉ |

ଯାହା ଆମକୁ ମୂଲ୍ୟବାନ ଲାଗେ,ତାହା ଅନ୍ୟ ପାଇଁ ମୂଲ୍ୟହୀନ ହୋଇପାରେ |

ଏହା ଜଣଙ୍କ  ଦୃଷ୍ଟିକୋଣ ଉପରେ ନିର୍ଭର କରେ | 

ଆମ ପାଖରେ ଯାହା ଅଛି,ସେଥିରେ ସନ୍ତୁଷ୍ଟ ନ ରହି ଅଧିକ ଆଶାରେ କାମନାର ମରୀଚିକା ପଛରେ ଦୌଡ଼ି ଦୌଡ଼ି ନିଜ ଜୀବନକୁ ନଷ୍ଟ କରିବା ଅନୁଚିତ |

ଯଦି ଆମେ ଆଉ ବେଶି ମାଗିବା ବଦଳରେ,ଯାହା ଆମ ପାଖରେ ଅଛି ସେଥିପାଇଁ ନିଜକୁ ଅନୁଗୃହୀତ ଭାବିବା,ତାହେଲେ ଆମକୁ ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ | ଆମର ମାନସିକ ଶାନ୍ତି ବଜାୟ ରହିବ |

ଆମ ପାଖରେ ଯାହା ଅଛି,ସେଥିପାଇଁ ସବୁବେଳେ କୃତଜ୍ଞ ରହିବା ଆବଶ୍ୟକ |

କାମନା ରହିତ ବ୍ୟକ୍ତି ପ୍ରକୃତରେ ଧନୀ ଅଟେ | ଯାହାର ମନରେ ଅସଂଖ୍ୟ କାମନା  ଭରି ରହିଛି,ସେ ସବୁଠୁ ଦରିଦ୍ର ଅଟେ  |

http://www.moral-stories.org/what-it-means-to-be-poor/

https://saibalsanskaar.wordpress.com