ଜୀବନ ନିର୍ମାଣ ( Building A House )

ଗୁଣ – ସଦାଚରଣ 

ଉପ ଗୁଣ – ସତ୍ ଦୃଷ୍ଟିକୋଣ 

2EC7313F-0CF2-4328-ADED-4C490D448D52

ମିସ୍ତ୍ରୀ ଜଣକ ବୁଢା ହୋଇ ଯାଇଥିଲେ | ତେଣୁ ସେ ଆଉ କାମ କରିବାକୁ ଉତ୍ସୁକ ନଥିଲେ | ନିତିଦିନିଆ କାମରୁ ବିରତି ନେଇ ସେ ଘରପରିବାର ସହ ଆନନ୍ଦରେ କାଳାତିପାତ କରିବାକୁ ଚାହୁଁଥିଲେ | କେବଳ ପ୍ରତ୍ୟେକ କାମ ଶେଷରେ ମିଳୁଥିବା ପଇସା ଲୋଭନୀୟ ଥିଲା | କିନ୍ତୁ ତା ପ୍ରତି ମଧ୍ୟ ତାଙ୍କ ମନ ଟାଣୁ ନଥିଲା | ସେ ବିଶ୍ରାମ ଚାହୁଁଥିଲେ | ତେଣୁ ସେ ସୁବିଧା ଦେଖି ତାଙ୍କ ମାଲିକକୁ ମନ କଥା କହିଲେ ଓ କାମରୁ ଅବସର ମାଗିଲେ |

ତାଙ୍କ ମାଲିକ ଜଣେ ଭଲ ଲୋକ ଥିଲେ | ସେ ମିସ୍ତ୍ରୀଙ୍କ କାରିଗରୀ ଜ୍ଞାନକୁ ସମ୍ମାନ ଦେଉଥିଲେ | ସେ ଜଣେ ଭଲ କାରିଗରଙ୍କୁ ଏମିତି ଛାଡି ଦେବାକୁ ଚାହୁଁ ନଥିଲେ | ତେଣୁ ସେ ମିସ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଲେ | ଏହି ପ୍ରସ୍ତାବ ଅନୁଯାୟୀ ମିସ୍ତ୍ରୀ ଜଣକ କାମ ଛାଡିବା ପୂର୍ବରୁ ଶେଷ କାମଟି କରିକି ଯିବେ |

C7F4AF90-A985-45BD-8EE4-7B8D84BB8688

ସେହି ଶେଷ କାମଟି ଗୋଟିଏ ଘର ତିଆରି କରିବା ପାଇଁ  ଅନୁରୋଧ ଥିଲା |

ମିସ୍ତ୍ରୀ ଘର ତିଆରି କରିବା ପାଇଁ ରାଜି ହୋଇଗଲେ | କିନ୍ତୁ ତାଙ୍କ ମନ ଜମା କାମରେ ନଥିଲା | ଏଇ କାମ ସେ ଯେମିତି ସେମିତି ସାରିବାକୁ ବସିଲେ | ଘର ତିଆରିରେ ଲାଗୁଥିବା ସାମଗ୍ରୀ ନିମ୍ନମାନର ଆଣି କାମ ଚଳାଇଲେ |ଘର ତିଆରିରେ ଯେଉଁ ନିଖୁଣତା ଦରକାର,ସେ ତାର ପ୍ରୟୋଗ କଲେ ନାହିଁ |

ଏତେ ଦିନ ଧରି କାମ କଲା ପରେ ଶେଷ ବେଳକୁ,ଦୁଃଖର କଥା ଯେ ସେ କାମଟିକୁ ସୁଚାରୁ ରୂପରେ ସମ୍ପନ୍ନ କରିବାରେ ଢିଲା ପଡିଗଲେ |

E6939EBE-203A-4A64-B387-0F37486A048B

ଯେଉଁ ଦିନ କାମଟି ପୁରା ସରିଲା,ଠିକ ସେଇ ଦିନ ତାଙ୍କ ମାଲିକ ଘରଟି କେମିତି ତିଆରି ହେଉଛି ଦେଖିବାକୁ ଆସିଲେ | ତାପରେ ସେ ସେହି ଘରର ଚାବି ମିସ୍ତ୍ରୀଙ୍କୁ ଦେଇ କହିଲେ,” ଏଇ ଘରଟି ତୁମ ପାଇଁ ଆମ ତରଫରୁ ଉପହାର |”

ମିସ୍ତ୍ରୀ ଜଣକ ହତଚକିତ ହୋଇଗଲେ |

ସେ ଯଦି ଜାଣିଥାନ୍ତେ,ସେ ନିଜ ପାଇଁ ଘରଟି ତିଆରି କରୁଛନ୍ତି ଘରଟି କେତେ କେତେ ଅଲଗା ହୋଇଥାନ୍ତା !

ଶିକ୍ଷା – ଆମେମାନେ ମଧ୍ୟ ମିସ୍ତ୍ରୀ ଭଳି ଆମ ଜୀବନକୁ ନିଜ ହାତରେ ତିଆରି କରୁ | କିନ୍ତୁ ତିଆରି କଲା ବେଳେ ମୂର୍ଖତା ବଶତଃ ଆମେ ଅନାବଶ୍ୟକ ତଥା ନିମ୍ନମାନର ଉପାଦାନ ବା ସାମଗ୍ରୀ ଲଗାଇଥାଉ | କାରଣ ଆମେ ଭୁଲିଯାଉ ଯେ ଭବିଷ୍ୟତରେ ଆମକୁ ହିଁ ଆମ ଦ୍ୱାରା ନିର୍ମିତ ସେହି ଜୀବନଟି ବିତାଇବାକୁ ପଡିବ |

ସବୁଠୁ ବଡ କଥା ହେଉଛି,ଏମିତି ସେମିତି ଜୀବନଟି ତିଆରି କଲା ପରେ ଆମେ ପୁଣିଥରେ ପଛକୁ ଫେରି ଯାଇ ତାର ପୁନଃ ନିର୍ମାଣ କରି ପାରିବା ନାହିଁ | ପ୍ରତ୍ୟେକ ଦିନ ତଥା ପ୍ରତ୍ୟେକ ମୁହୂର୍ତ୍ତରେ ଆମଠୁ ଉତ୍ପନ୍ନ ହେଉଥିବା ଚିନ୍ତାଧାରା ଓ ଆମର ପ୍ରତ୍ୟେକ କାର୍ଯ୍ୟକଳାପ ଏହି ଜୀବନ ତିଆରି କାମରେ ଉପଯୋଗ ହୋଇଥାଏ | ତେଣୁ ଯଦି ବିଚାରସମ୍ପନ୍ନ ଭାବରେ ଯଦି ଏହାର ନିର୍ମାଣ କରାଯାଏ,ତାହେଲେ ଆମେ ସର୍ବୋତ୍କୃଷ୍ଟ  ଜୀବନ ଉପଭୋଗ କରି ପାରିବା |

ଯଦି ଏହି କଥା ଆମେ ମନେ ରଖି ପାରିବା,ତାହେଲେ ଆମ ଦ୍ଵାରା ପ୍ରସ୍ତୁତ ଜୀବନଟି ଅତି ମଧୁର ଓ ସୁନ୍ଦର ହୋଇ ପାରିବ |

http://www.moral-stories.org/building-a-house/

https://saibalsanskaar.wordpress.com