ଉତ୍ତମ ଗୁରୁ କିଏ ? ( A Good Teacher )

ଗୁଣ – ସଦାଚରଣ 

ଉପ ଗୁଣ – କର୍ତ୍ତବ୍ୟ 

008E61F5-CB09-48BB-867B-2889563BAAF7

 

ପିଲାଟିକୁ ତିନି ତିନିଟା ବିଦ୍ୟାଳୟ କିଛି ନା କିଛି କାରଣ ଦେଖାଇ ବିଦା କରି ଦେଇଥିଲେ | ଏଥରକ କେଉଁଠୁ କେମିତି ଯୋଗାଡ କରି ତା ବାପାମା ତାର ନାମ ନୂଆ ବିଦ୍ୟାଳୟରେ ଲେଖାଇଥିଲେ |

830CCC70-40E3-426F-A67E-2C6152B7C28E

 ପିଲାଟି ଶ୍ରେଣୀ କକ୍ଷରେ ପାଦ ଦେଇଛି କି ନାହିଁ ଜଣେ ଶିକ୍ଷକ ତରବର ହୋଇ ପଶି ଆସିଲେ | ତାଙ୍କ ଆଖି ଯେମିତି ତା ଉପରେ ପଡିଲା,ତାଙ୍କ ମୁହଁରେ ବିରକ୍ତି ଭାବ ଆସିଗଲା | 

ତାକୁ ଦେଖି ମନେ ମନେ ଭାବିଲେ,” କେଉଁଠୁ ଏମିତିଆ ପିଲା ସବୁ ମୋରି କ୍ଲାସରେ ଆସି ପଶୁଛନ୍ତି !”

କିଛି ସମୟ ପରେ ତାଙ୍କର କ୍ଲାସ ସରିଗଲା | ଯେମିତି ଘଣ୍ଟି ବାଜିଲା,ସେ କ୍ଲାସ ଛାଡି ଚାଲିଗଲେ |

43E40B66-B630-4419-9B00-0FF715F4103C

ଆଉ ଜଣେ ଶିକ୍ଷକ କ୍ଲାସ ଭିତରକୁ ପ୍ରବେଶ କଲେ |

ସେ ଯେମିତି ତାକୁ ଦେଖିଲେ,ତାଙ୍କ ରାଗ ସମ୍ଭାଳି ପାରିଲେ ନାହିଁ | 

ତାଙ୍କ ମୁହଁରୁ ବାହାରି ପଡିଲା,”କିରେ ! କେଉଁଠୁ ଆସିଛୁ ? ତୋରି ଭଳି ପିଲାଙ୍କ ତ ଏଠି ଅଭାବ ନାହିଁ !”

ପିଲାଟି ଲଜ୍ଜିତ ଅନୁଭବ କଲା | କିନ୍ତୁ କିଛି ନକହି ଚୁପଚାପ ବସି ରହିଲା |

121F6D9C-12B5-4E65-9453-84138FE3B521

ସେହି ପିରିଅଡ଼ଟି ସରିଲା | 

ଶିକ୍ଷକ କ୍ଲାସ ଛାଡି ଚାଲିଗଲେ ଓ ତୃତୀୟ ଶିକ୍ଷକ ଜଣକ ଶ୍ରେଣୀ ଭିତରକୁ ପ୍ରବେଶ କଲେ |

କ୍ଲାସକୁ ଆସି ଦେଖିଲେ ନୂଆ ପିଲାଟିଏ ଆସିଛି |

330ED7E7-181D-4EBF-9A68-DE7CC2CCC54C

ସେ ଖୁସି ହେଇ କହିଲେ,”ଓଃ ! ବଢିଆ କଥା ! ଆଜି ଗୋଟେ ନୂଆ ପିଲା ଆମ କ୍ଲାସକୁ ଆସିଛି !”

ତା ପାଖକୁ ଗଲେ | ତା ଆଡକୁ ଚାହିଁ ବଡ ମଧୁର ହସଟିଏ ହସି କହିଲେ, “କେବେ ଆସିଲୁ ! ନୂଆ ସ୍କୁଲ ,ନୂଆ କ୍ଲାସ ! ଭଲ ଲାଗୁଛି ତ  ? ଆଜି ପ୍ରଧାନ ଶିକ୍ଷକ ତୋ ବିଷୟରେ କହୁଥିଲେ | ମୁଁ ତୋତେ ହିଁ  ଅପେକ୍ଷା କରୁଥିଲି !”

ଶିକ୍ଷା – ଜଣେ ଭଲ ଶିକ୍ଷକ ସବୁବେଳେ ନିଜ ଛାତ୍ରମାନଙ୍କୁ ଉତ୍ସାହିତ କରିଥାନ୍ତି | ଭଲ କାମ କରିବାକୁ ପ୍ରେରିତ କରିଥାନ୍ତି | ଦରକାର ପଡିଲେ ସତ୍ ପଥ ଦେଖାଇବାକୁ ପଛଘୁଞ୍ଚା ଦେଇ ନଥାନ୍ତି| ଏପରି ଶିକ୍ଷକ ସବୁବେଳେ ସବୁଠି ସମ୍ମାନ ପାଇଥାନ୍ତି | ତାଙ୍କୁ କେହି ଭୁଲି ପାରନ୍ତି ନାହିଁ | ସମସ୍ତେ ତାଙ୍କୁ ମନେ ରଖିଥାନ୍ତି | ଛାତ୍ରମାନଙ୍କ ଜୀବନରେ ଶିକ୍ଷକ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି |

http://inspirationalstories.eu/inspirational_stories/short-story-about-good-teacher.php

https://saibalsanskaar.wordpress.com