ଆତ୍ମ ବିଶ୍ୱାସର ଶକ୍ତି ( The Power Of Belief )

ଗୁଣ – ଆଶାବାଦୀ ରହିବା 

ଉପ ଗୁଣ – ଆତ୍ମ ବିଶ୍ୱାସ 

Asian Businessman

ବ୍ୟବସାୟୀ ଜଣକ ଋଣରେ ଡୁବି ଯାଇଥିଲେ | ଏଥିରୁ ଉଦ୍ଧାର ପାଇବା କଠିନ ଥିଲା | ମହାଜନମାନେ ପଇସା ଫେରି ପାଇବା ପାଇଁ ପ୍ରବଳ ଚାପ ପକାଇବା ଆରମ୍ଭ କରି ଦେଇଥିଲେ | ମାଲ ଯୋଗାଇଥିବା ଲୋକମାନେ ପଇସା ନେବା ପାଇଁ ତାଙ୍କୁ ଅସ୍ଥିର କରିବାରେ ଲାଗିଥିଲେ | ତାଙ୍କର ଦୂରାବସ୍ଥା ବଢି ଚାଲିଥିଲା | ସେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରି କରି ହାଲିଆ ହୋଇ ସାରିଥିଲେ |

Arrow Businessman Meaning Lack Of Success And Financial Problem 3d Rendering

ଦିନେ ହତାଶ ହୋଇ ମୁଣ୍ଡରେ ହାତ ଦେଇ ପାର୍କ ବେଞ୍ଚରେ ବସିଥିଲେ ଓ ନିଜର ଭବିଷ୍ୟତ ବିଷୟରେ ଭାବୁଥିଲେ | ତାଙ୍କୁ କୁଆଡେ ରାସ୍ତା ଦେଖା ଯାଉ ନଥିଲା | ନିଜ କମ୍ପାନୀକୁ କେମିତି ଡୁବିବାରୁ ବଞ୍ଚାଇବେ ସେହି କଥା ଭାବି ଭାବି ଚିନ୍ତାର ସମୁଦ୍ରରେ ସେ ନିଜେ ଡୁବି ଯାଇଥିଲେ |

ଏହି ସମୟରେ ହଠାତ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ପାଖକୁ ଆସି ପହଁଚିଲେ ଓ କହିଲେ,”ମୋତେ ଲାଗୁଛି ତୁମେ କୌଣସି ଏକ ସମସ୍ୟାର ସମ୍ମୁଖୀନ ହୋଇଛ ଯାହାର ସମାଧାନ ତୁମକୁ ଦେଖା ଯାଉନି | ମୋତେ ସେ ବିଷୟରେ ଯଦି କିଛି ଜଣାଇବ,ମୁଁ ହୁଏତ ତୁମକୁ ସାହାଯ୍ୟ କରି ପାରେ |”

D7523392-BC85-44E6-B689-042A680D3224

ବୁଡି ଯାଉଥିବା ଲୋକକୁ କୁଟା ଖିଅଟିଏ ସାହାରା | 

ବ୍ୟବସାୟୀ ଜଣକ ବୃଦ୍ଧ ବ୍ୟକ୍ତିଙ୍କ ସହ ନିଜର ସବୁ ସମସ୍ୟା ବିଷୟରେ କଥାବାର୍ତ୍ତା କଲେ |

3F9BE8B3-816E-402B-8F67-E2441FC32E33

ସବୁ ଶୁଣି ସାରିଲା ପରେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ,”କିଛି ବ୍ୟସ୍ତ ହେବା ଦରକାର ନାହିଁ | ମୁଁ ତୁମକୁ ସାହାଯ୍ୟ କରିବି |” ତତ୍ପରେ ସେ ଗୋଟିଏ ଚେକ୍ ଲେଖି ତାଙ୍କୁ ଧରାଇ ଦେଲେ ଓ କହିଲେ,”ଆସନ୍ତା ବର୍ଷରେ ଠିକ ଏଇ ଜାଗାରେ ଆମେ ସାକ୍ଷାତ କରିବା | ମୁଁ ଜାଣିଛି ସେତେବେଳେ ତୁମେ ମୋତେ ପଇସା ଫେରାଇବାର ସାମର୍ଥ୍ୟ ପାଇ ସାରିଥିବ |”

ଏତିକି କହି ସେ କୁଆଡେ ଚାଲିଗଲେ ଜଣା ପଡିଲା ନାହିଁ | ବ୍ୟବସାୟୀ ଜଣକ ତାଙ୍କୁ ଯେତେ ଖୋଜିଲେ ମଧ୍ୟ ତାଙ୍କୁ ଦେଖି ପାରିଲେ ନାହିଁ | ସେ ଯେମିତି ଅଚାନକ ଆସି ପହଁଚିଥିଲେ,ଠିକ ସେମିତି ଅଚାନକ ଅଦୃଶ୍ୟ ହୋଇଗଲେ | କିନ୍ତୁ ବ୍ୟବସାୟୀଙ୍କ ହାତରେ ପାଞ୍ଚ ଲକ୍ଷ ଡଲାରର ଚେକ୍ ଥିଲା | ସେଥିରେ ବିଶ୍ୱ ପ୍ରଖ୍ୟାତ ଜନ ରକଫେଲାରଙ୍କ ଦସ୍ତଖତ ଥିଲା | ସେଇ ସମୟରେ ଜନ ପୃଥିବୀର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ଭିତରୁ ଜଣେ ବୋଲି ଗଣା ଯାଉଥିଲେ |

ବ୍ୟବସାୟୀ ପଇସାର ପରିମାଣକୁ ଦେଖି ଆଶ୍ୱସ୍ତ ଅନୁଭବ କଲେ | ସେ ଜାଣି ପାରିଲେ,ଏହି ଚେକ୍ ତାଙ୍କୁ ତତକ୍ଷଣାତ ୠଣମୁକ୍ତ କରି ପାରିବ ! କିନ୍ତୁ ସେ ତାକୁ ବ୍ୟବହାର ନ କରି ନିଜ ଅଧ୍ୟବସାୟ ବଳରେ ୠଣମୁକ୍ତ ହେବାକୁ ସ୍ଥିର କଲେ | ସେହି ଚେକ୍ ଟି ତାଙ୍କ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କଲା | 

ସେ ଧୈର୍ଯ୍ୟ ଧରି ପୁଣିଥରେ ଉତ୍ସାହର ସହ ନିଜ ବ୍ୟବସାୟରେ ମନ ଦେଲେ | ବିଭିନ୍ନ ଜାଗାରୁ ଭଲ ଚୁକ୍ତି କରି ମାଲ ପାଇଁ ଅର୍ଡର ପାଇଲେ | ପଇସା ଫେରାଇବାର ନିର୍ଦ୍ଧାରିତ ଦିନକୁ ଆହୁରି ଆଗକୁ ଘୁଞ୍ଚାଇବା ପାଇଁ ସମର୍ଥ ହେଲେ | ଅଳ୍ପ ମାସ ଭିତରେ ସେ ପୁଣିଥରେ ବ୍ୟବସାୟକୁ ଆଗେଇ ନେବାରେ ସଫଳ ହେଲେ | ପଇସାର ଜୁଆର ପୁଣିଥରେ ଆସିବା ଚାଲୁ ହୋଇଗଲା| 

ତାପର ବର୍ଷ ପୂର୍ବ ନିର୍ଦ୍ଧାରିତ ସମୟରେ ସେ ସେହି ପାର୍କକୁ ଚେକ୍ ନେଇ ଆସିଲେ ଓ ବୃଦ୍ଧଙ୍କ ଅପେକ୍ଷା କଲେ | ସେହି ବୃଦ୍ଧ ଲୋକ ଜଣକ ମଧ୍ୟ ଠିକ ସେଇ ସମୟରେ ସେଇଠି ପହଁଚିଲେ | ବ୍ୟବସାୟୀ ଜଣକ ତାଙ୍କ ହାତକୁ ଚେକ୍ ବଢ଼ାଇବାକୁ ଯାଉଛନ୍ତି,କେଉଁଠୁ ଏକ ନର୍ସ ଦୌଡ଼ି ଦୌଡ଼ି ଆସି ପହଁଚିଲେ ଓ ବୃଦ୍ଧଙ୍କ ହାତକୁ ଧରି ପକାଇଲେ | 

54FD16E4-A350-4867-B63D-82FC67B2A3A3

ବ୍ୟବସାୟୀ ଜଣକ ନିଜ ସଫଳତାର କାହାଣୀ ବୃଦ୍ଧଙ୍କୁ ଆଉ କଣ କହିବେ,ତା ବଦଳରେ ସେ ବାସ କାଵା ହୋଇ ଚାହିଁ ରହିଲେ ! 

ନର୍ସ ତାଙ୍କ ଆଡକୁ ଚାହିଁ କହିଲେ,”ଆଶା କରୁଛି ଯେ ଇଏ ଆପଣଙ୍କୁ ହଇରାଣ କରି ନାହାନ୍ତି |”

“ଆପଣ ଜାଣି ନାହାନ୍ତି ଏହି ବୃଦ୍ଧଙ୍କ କଥା !!!”

“ଇଏ ସୁବିଧା ପାଇଲା ମାତ୍ରେ ନର୍ସିଙ୍ଗ ହୋମରୁ ଲୁଚି ପଳାଇ ଆସନ୍ତି ଓ ଯାହାକୁ ଦେଖନ୍ତି ତାକୁ ନିଜେ ଜନ.ଡ଼ି.ରକଫେଲର ବୋଲି ପରିଚୟ ଦିଅନ୍ତି ! “

ଏତିକି କହି ନର୍ସ ଜଣକ ବୃଦ୍ଧଙ୍କୁ ନେଇ ସେଠାରୁ ଚାଲିଗଲେ |

ଏକଥା ଶୁଣିଲା ପରେ ବ୍ୟବସାୟୀ ଜଣକ ସ୍ତମ୍ଭୀଭୂତ ହୋଇ ସେଇଠି କିଛି ସମୟ ପାଇଁ ଛିଡା ହୋଇ ରହିଲେ | ଏତେ ଦିନ ହେଲା ସେହି ଚେକ୍ ବଳରେ ସେ ନିଜ ବ୍ୟବସାୟକୁ ଆଗକୁ ବଢ଼େଇ ଚାଲିଛନ୍ତି | ଥରେ ହେଲେ ବି ସେ ଅନ୍ୟଥା ଭାବି ନାହାନ୍ତି !

ଏହି ଘଟଣାଟି ତାଙ୍କୁ ହୃଦୟଙ୍ଗମ କରାଇଲା ଯେ ‘ପଇସା ନୁହେଁ ,ତାଙ୍କ ନିଜ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ଅସଲ ଚାବି କାଠି |’

ଶିକ୍ଷା : ଆତ୍ମ ବିଶ୍ୱାସ ବହୁତ ଜରୁରୀ | ସମସ୍ତେ ନିଜ ଉପରେ ସବୁବେଳେ ଭରସା ରଖିବା ଦରକାର | ଯଦି ଆମର ନିଜ ଉପରେ ଭରସା ନାହିଁ,ତାହେଲେ ଅନ୍ୟମାନେ ମଧ୍ୟ ଆମ ଉପରେ ଭରସା କରି ପାରିବେନି |

https://saibalsanskaar.wordpress.com